ବିପଦ ସମୟରେ ବନ୍ଧୁ ସାଜିଲେ ଶାନ୍ତନୁ ; ରକ୍ତହୀନତା ଶିଶୁ କୁ ଦେଲେ ରକ୍ତ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କୋରନା ଭୁତାଣୁ ପାଇଁ ଦେଶ ବ୍ୟାପି ସରକାର ଲକ୍ଡାଉନ ଘୋଷଣା କରିଛନ୍ତି ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଏଭଳି ପରିସ୍ଥିତି ରେ ସାମାଜିକ ଦୂରତା କୁ ଗୁରୁତ୍ୱ ଦିଆ ଯାଉଥିବାରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରକ୍ତ ଦାନ ଶିବିରର ଆୟୋଜନ ହୋଇପାରୁନାହିଁ। ମେଡିକାଲର ରକ୍ତ ଭଣ୍ଡାର ମଧ୍ୟ ରକ୍ତରହିପାରୁନି ଏଭଳି ଏକ ବିପଦ ସମୟରେ ବନ୍ଧୁ ସାଜି ୬ ବର୍ଷର କୋମଳ ଶିଶୁ ପୀୟୂଷ ଗୌଡ଼ କୁ ରକ୍ତ ଦେଇଛନ୍ତି ଭଞ୍ଜନଗର ଅନ୍ତର୍ଗତ ସାନକୋଦଣ୍ଡା ଗ୍ରାମ ପଂଚାୟତ ଚଢିୟାପଲି ଗ୍ରାମର ଯୁବକ ଶାନ୍ତନୁ ଭୂୟାଁ । ଯୁବ ସମାଜ ସେବୀ ପ୍ରଦୀପ ଜେନା ଙ୍କ ଉଦ୍ୟମ କ୍ରମେ ଏହା ସମ୍ଭବ ହୋଇପାରିଛି । ସୂଚନାଯୋଗ୍ୟ ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗୋଠଲୁଣ୍ଡା ଗ୍ରାମର ଶିବରାମ ଗୌଡ଼ ଙ୍କ ପୁଅ ପୀୟୂଷ ଗୌଡ଼ ପିଲାଟି ଦିନରୁ ରକ୍ତହୀନତା ରେ ଆକ୍ରାନ୍ତ। ଡାକ୍ତର ଙ୍କ ନିଦେଶ କ୍ରମେ ପୀୟୂଷ କୁ ବିଭିନ୍ନ ସମୟରେ ରକ୍ତ ଦିଆ ଯାଉଥିଲା। ହେଲେ କୋରନା ଯୋଗୁଁ ବିଗତ କିଛି ଦିନ ହେବ ରକ୍ତଦାନ ଶିବିରର ଆୟୋଜନ ହୋଇପାରୁନଥିବାରୁ ରକ୍ତ ମିଳିବାରେ ଅସୁବିଧା ହୋଇଥିଲା। ଅପରପକ୍ଷରେ ଭଞ୍ଜନଗର ରକ୍ତ ଭଣ୍ଡାର ରେ ମଧ୍ୟ ରକ୍ତ ସଂକଟ ଦେଖା ଦେଇଥିଲା ଏହି ସମୟରେ ପୀୟୂଷ କୁ B+ ରକ୍ତ ଦରକାର ପଡିବାରୁ ତାହା ରକ୍ତ ଭଣ୍ଡାର ରେ ନଥିଲା। ଏପଟେ ସହରରେ ରେ ସମସ୍ତ ପ୍ରକାର ଯାତାୟତ ବନ୍ଦ ଥିବା ଯୋଗୁଁ ରକ୍ତ ମିଳିବାରେ ମଧ୍ୟ ଅସୁବିଧା ହୋଇଥିଲା। ପରେ ଏଭଳି ଏକ ଜରୁରୀ କାଳୀନ ଖବର ପାଇ ସମାଜ ସେବୀ ପ୍ରଦୀପ ଜେନା, ଶାନ୍ତନୁ ଙ୍କ ସହଯୋଗ ରେ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ କୁ ଯାଇ ରକ୍ତଦାନ କରିଥିଲେ।। ଶାନ୍ତନୁ ଙ୍କ ଏହା ପ୍ରଥମ ରକ୍ତ ଦାନ ଥିବା ବେଳେ ଏଭଳି ମହାନ କାର୍ଯ୍ୟ କରି ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ସମାଜ ସେବୀ ପ୍ରଦୀପ ଜେନା ଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ପ୍ରଦୀପ କିଛି ଦିନ ପୂର୍ବରୁ ସୋରଡ଼ା ର ଏକ ରକ୍ତହୀନତା ଝିଅ କୁ ରକ୍ତଦାନ କରି ଚର୍ଚ୍ଚା କୁ ଆସିଥିବା ବେଳେ ଆଜି ତାଙ୍କରି ଉଦ୍ୟମ ରେ ପୁଣି ଏକ ମହାନ କାର୍ଯ୍ୟ ସମ୍ପାଦନା ହୋଇଛି । ଅପରପକ୍ଷରେ ଭଞ୍ଜନଗର ରକ୍ତ ଭଣ୍ଡାର ରେ ବାରମ୍ବାର ରକ୍ତ ଅଭାବ ଦେଖାଦେଇଥିବାରୁ ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି । ପ୍ରଦୀପ ଓ ଶାନ୍ତନୁ ଙ୍କ ଏଭଳି ମହାନ କାର୍ଯ୍ୟ କୁ ସବୁ ବର୍ଗ ଲୋକ ମାନେ ପ୍ରଶଂସା କରୁଥିବା ବେଳେ ପୁଅ ପୀୟୂଷ ର ବାପା ମଧ୍ୟ ବିପଦ ସମୟରେ ବନ୍ଧୁ ଭଳି ଆସି ସହଯୋଗ କରିଥିବାରୁ ଅନେକ କୃତଜ୍ଞତା ଜଣାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ