ବିପନ୍ନ ପରିବାରକୁ ସୋଲାର୍ ଲ୍ୟାମ୍ପ୍ ବଣ୍ଟନ

ଚାରିଛକ (ଜୁଗାବ୍ଦ ନ୍ୟୁଜ୍‍): ନିମାପଡା ବ୍ଳକ ଅର୍ନ୍ତଗତ ତୁଳସୀପୁର ପଞ୍ଚାୟତ ଭାଣପୁର ଗ୍ରାମର ବିତ୍ୟା ବିପନ୍ନ ପରିବାରକୁ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ସୋମବାର ସୋଲାର ଲ୍ୟାମ୍ପ ବଣ୍ଟନ କରାଯାଇଥିଲା । ଗ୍ରାମଦେବତୀ ମା’ ହରଚଣ୍ଡୀଙ୍କ ପୀଠରେ ଏହି ବଣ୍ଟନ କାର୍ଯ୍ୟ ଅନୁଷ୍ଠିତ କରାଯାଇଥିଲା । ସମସ୍ତ ବିପନ୍ନ ପରିବାର ଶାନ୍ତି ଶୃଙ୍ଖଳାର ସହ ସହାୟତା ସାମଗ୍ରୀ ନେଇଥିଲେ । ଏହି ବଣ୍ଟନ କାର୍ଯ୍ୟକ୍ରମରେ ୱାର୍ଡସଭ୍ୟ ସର୍ବଶ୍ୱେର କର, ପୂର୍ବତନ ସଭାପତି ନାରାୟଣ କର, କୈଳାସ ଚନ୍ଦ୍ର କର, ମନୋଜ କୁମାର କର, ଜ୍ୟୋତି ରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ