ବିପର୍ଯ୍ୟସ୍ତ ଅବସ୍ଥାରେ ଶିକ୍ଷା ବ୍ୟବସ୍ଥା, ଟଙ୍କା ଦେଇ ଶିକ୍ଷାର ମାନ ବୃଦ୍ଧି କରିବେ ସରକାର

(ଯୁଗାବ୍ଦ ନ୍ୟୁଜ) ରାଜ୍ୟରେ ଏବେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି । ଯାହାର ଫଳ ଦେଖିବାକୁ ମିଳିଛି ଚଳିତ ମାଟ୍ରିକ ପରୀକ୍ଷାରେ ୮୨ ସ୍କୁଲରେ କୈଣସି ଛାତ୍ର ପାସ କରିନାହାନ୍ତି । ଅନ୍ୟପଟେ ପ୍ରାଥମିକ ସ୍ତରରେ ଶିକ୍ଷା ର ମାନ ବୃଦ୍ଧି କରିବାପାଇଁ ସରକାର ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କଲେ କିନ୍ତୁ ଶିକ୍ଷା ବ୍ୟବସ୍ଥା ସୁଧିରିବା ପରିବର୍ତ୍ତେ ତଳକୁ ତଳକୁ ଯାଉଛି।ପୁଣି ଏବେ ସରକାର କଲେଣି ଯିଏ ସ୍କୁଲ ଆସିବ ତାକୁ ଟଙ୍କା ମିଳିବ ଆଉ ୧ କିମିଟର ରୁ ଅଧିକ ବାଟ ହେଲେ ଟଙ୍କା ମିଳିବ । ଏମିତି ସବୁ ଯୋଜନା କଲେ କଣ ସତରେ ଶିକ୍ଷା ର ମାନ ବୃଦ୍ଧି ପାଇବ କି? ଓଡ଼ିଶାର ସାଧାରଣ ଲୋକଙ୍କୁ ସରକାର କେବଳ ମାଗଣାଖିଆ ସିଖାଉଛନ୍ତି।ଶିକ୍ଷା ର ମାନ କିଭଳି ବୃଦ୍ଧି ହେବ ତା ପ୍ରତି ଦୃଷ୍ଟି ନ ଦେଇ କେବଳ ଟଙ୍କାରେ କୁନିକୁନି ପିଲାଙ୍କ ମୁଣ୍ଡ କିଣିଛନ୍ତି ଏବେଠାରୁ କେବଳ ଭୋଟବ୍ୟାଙ୍କ ସୁଦୃଢ କରିବା ପାଇଁ ସରକାର ଙ୍କର ଏ ଗୋଟିଏ ଫାର୍ସ।ଓଡ଼ିଶାର ଭବିଷ୍ୟତ କୁ ଏବେଠାରୁ ଅନ୍ଧାର ଭିତରକୁ ଠେଲି ଦେଉଛନ୍ତି ନିଜର ଭୋଟ ବ୍ୟାଙ୍କ ସୁଦୃଢ କରିବା ପାଇଁ ଓଡ଼ିଶାର ସାଧାରଣ ଲୋକ ବି ମାଗଣା ପାଇଲେ ପିଚୁବି ଗିଳିଦେବେ ଯେମିତି ଜନତା ସେମିତି ଏ ସରକାର।ଧନ୍ୟ ଆମ ସରକାର ଧନ୍ୟ ତାଙ୍କ ଶିକ୍ଷା ବ୍ୟବସ୍ଥା।ଅନ୍ୟପଟେ ଶିକ୍ଷକ ମାନେ ବି କମ ନୁହନ୍ତି ନିଜ ସ୍ବାର୍ଥ ହାସଲ ପାଇଁ ସେମାନେ ସ୍କୁଲ କୁ ଯାଇ ଗୁଲିଗପ କରି ଆସୁଥିବା ବେଳେ ଟିୟୁସନ କରି ଭଲ ମୋଟା ଅଙ୍କର ଟଙ୍କା କମାଉଛନ୍ତି।ମଧ୍ୟାହ୍ନ ଭୋଜନ ରେ ଦୁର୍ନୀତି କରିବା ଏମିତି ଅନେକ କାର୍ଯ୍ୟ ରେ ଶିକ୍ଷକ ମାନେ ଲିପ୍ତ ରହୁଛନ୍ତି।ବର୍ଷକୁ ୧୮୦ ଦିନ ଛୁଟି ତାପରେ ଶିକ୍ଷକ ମାନଙ୍କର ଆନ୍ଦୋଳନ ଏମିତିରେ ଚାଲି ଯାଉଛି ଗୋଟିଏ ବର୍ଷ ପାଠ ଘର ପିଲାଙ୍କର ଶୂନ ହୋଇଛି। ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ କିଏ ଜାଣି ନାହାନ୍ତି କି ପ୍ରଧାନମନ୍ତ୍ରୀ ମଧ୍ୟ ଜାଣି।ନାହାନ୍ତି । ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ପୁଣି ଟଙ୍କା ଦେଇ ଶିକ୍ଷା ର ମାନ ବୃଦ୍ଧି କରିବା ପାଇଁ ବାହାରିଛନ୍ତି ଆମ ଶିକ୍ଷା ମନ୍ତ୍ରୀ ଦେଖାଯାଉ କେତେ ସଫଳ ହେଉଛି ସରକାର ଙ୍କ ଏହି ଯୋଜନା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ