ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ସଦର ବିଜେପିର ବାଲେଶ୍ୱର ବନ୍ଦ ୧୬ରେ
ବାଲେଶ୍ୱର, (ସରୋଜ ପଣ୍ଡା) : ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ବିଜେପି ସଦର ମଣ୍ଡଳ ୧୬ ତାରିଖରେ ବାଲେଶ୍ୱର ବନ୍ଦ ପାଇଁ ନିଷ୍ପତ୍ତି ନେଇଛି । ଏହି ପରିପ୍ରେକ୍ଷୀରେ ମଣ୍ଡଳୀ ପକ୍ଷରୁ ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁଙ୍କ ପୌରୋହିତ୍ୟରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳୀୟ କାଉନସିଲର ଓ କର୍ମକର୍ତ୍ତା, ବୁଦ୍ଧିଜୀବୀ ତଥା ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ପୁଲିସ ପ୍ରଶାସନର ନିଷ୍କ୍ରିୟତାକୁ ତୀବ୍ର ସମାଲୋଚନା କରିଥିଲେ । ବଢ଼ି ଚାଲିଥିବା ଅପରାଧିକ କାର୍ଯ୍ୟକଳାପରେ ସାଧାରଣ ଲୋକେ ନିଜକୁ ଅସୁରକ୍ଷିତ ମଣୁଥିବା ବେଳେ ଏନେଇ ପୂର୍ବରୁ ବିଜେପି ପକ୍ଷରୁ ପୁଲିସ ଆଇଜି ଏବଂ ଏସପିଙ୍କୁ ଦାବିପତ୍ର ପ୍ରଦାନ ମଧ୍ୟ କରାଯାଇଥିଲା । ଶେଷରେ ପୁଲି ପ୍ରଶାସନ ଓ ସରକାରଙ୍କୁ କଡ଼ା ଜବାବ ଦେବା ପାଇଁ ଆସନ୍ତା ୧୬ ତାରିଖରେ ୧୨ ଘଣ୍ଟିିଆ ବାଲେଶ୍ୱର ବନ୍ଦ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଯାଇଛି । ସମୂହ ସ୍ୱାର୍ଥରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବନ୍ଦକୁ ସଫଳ କରିବା ପାଇଁ ବାଲେଶ୍ୱର ସଦର ବିଜେପି ନେତା ତଥା ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ମାନସ କୁମାର ସମସ୍ତଙ୍କୁ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ନେତା ସୁଜିତ ଦେବ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ଆଇନଜୀବୀ ବିଜୟ ପାଣିଗ୍ରାହୀ, ବୈଲୋଚନ ଦାଶ, ଲକ୍ଷ୍ମୀଧର ବେହେରା, ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ପୂର୍ବତନ ଅର୍ବାନ ବ୍ୟାଙ୍କ ସଭାପତି ଦୁକୁଲ ଘୋଡେଇ, କାଉନସିଲର ନିତ୍ୟଗୋପାଲ ସିଂ, କାଉନସିଲର ସସ୍ମିତା ନାଥ, କାଉନସିଲର ରୋଜାଲିନ ପାଣି, କାଉନସିଲର ସତ୍ୟଶିବ ସୁନ୍ଦର ଦାଶ, କାଉନସିଲର ନିରୂପମା ଦାଶ, କାଉନସିଲର ଭାରତୀ ପାତ୍ର, ପୂର୍ବତନ କାଉନସିଲର ଉପେନ୍ଦ୍ର ନାଥ ଶତପଥୀ, ସରୋଜ ହାଜରା, ଦୁର୍ଗା ବେହେରା, ମନ୍ମଥ ପାତ୍ର, ଦିଲ୍ଲୀପ ମାଝୀ, ସୌଭାଗ୍ୟ ମାନସ ନାୟକ, ପବନ କମିଳା, ମନ୍ମୟ ଦାସ, ରାଜ୍ୟ ଯୁବମୋର୍ଚ୍ଚା ସହ ସଂଯୋଜକ ବିକାଶ ପାଢୀ, ସସ୍ମିତା ଶୁକ୍ଳା, ସ୍ୱର୍ଣ୍ଣପ୍ରିୟା ନାଥ, ଝରଣା ଦାସ, ନସିମା ବିବି, ଆଶାଲତା ବାଡି, ସୁଶାନ୍ତ ବର୍ଦ୍ଦନ, ବିବେକାନନ୍ଦ ରାଉତ, ବଳରାମ ପାତ୍ର, ପିଣ୍ଟୁ ପୋଦ୍ଦାର, ଜିତେନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।


