ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଆନ୍ଦୋଳନ କରିବ ମେଡିକାଲ କଲେଜ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ସାଙ୍ଗକୁ ଫକୀରମୋହନ ଭେଷଜ ମହାବିଦ୍ୟାଳୟ ଡାକ୍ତରଖାନାରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ବିଶେଷଜ୍ଞ ଏବଂ ଏମ୍ସ ସେଟଲାଇଟ କେନ୍ଦ୍ର କାର୍ଯ୍ୟକ୍ଷମର ବିଳମ୍ବକୁ ନେଇ ମେଡିକାଲ କଲେଜ କ୍ରିୟାନୁଷ୍ଠାନ ବ୍ୟାପକ ଆନ୍ଦୋଳନ ପାଇଁ ଆୟୋଜିତ ସାଂଗଠନିକ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି । ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ସାଂଗଠନିକ ସମ୍ମିଳନୀରେ କମିଟିର ସଭାପତି ମମତା ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଗୌରାଙ୍ଗ ପାଣିଗ୍ରାହୀ ମଞ୍ଚ ଆହ୍ୱାନ ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ । କ୍ରିୟାନୁଷ୍ଠାନ କମିଟିର ପ୍ରତିଷ୍ଠାତା ସଂପାଦକ ତଥା ଉପଦେଷ୍ଟା ଭଗବାନ ଚନ୍ଦ୍ର ରାଉତ, ପୂର୍ବତନ ସଭାପତି ପ୍ରଫେସର ଅନନ୍ତ କୁମାର ପ୍ରଧାନ ଓ ଭୁବନେଶ୍ୱର କମିଟିର କୋଷାଧ୍ୟକ୍ଷ ତଥା ଆଇନଜୀବୀ ନିଆସି ଚରଣ ଦାସ ସାଂଗଠନିକ ସମ୍ମିଳନୀର ସଫଳତା କାମନା କରି ଉପସ୍ଥିତମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଜିଲାର ବିଭିନ୍ନ ଆଞ୍ଚଳିକ କମିଟିରୁ ଦିଲୀପ ଗିରି, ବିଧାନ ଚନ୍ଦ୍ର ରାୟ, ନବକିଶୋର ଦାସ, ଚିତ୍ତରଞ୍ଜନ ଦାସ, ରାଧାକୃଷ୍ଣ ଜେନା, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ବଙ୍କବିହାରୀ ରାଉତ, କୁମୁଦ ରଞ୍ଜନ ଗିରି, ଯଶୋଦା ନନ୍ଦନ ଆସ, ସଚୀନ୍ଦ୍ର ଦାସ, ଜାମସେଦ ଅଲୀ ଖାଁ, ବନ୍ଦନା ପାଲ, ଦୁଷ୍ମନ୍ତ ଦାସ, ଜଗତାନନ୍ଦ ବିଶ୍ୱାଳ, ଇଂ. ବନମାଳୀ ନାୟକ, ମାୟାଧର ନାୟକ, ଡା. ସମାପିକା ପରିଡ଼ା, ଡ. କେଶବ ଚରଣ ପଣ୍ଡା, ଅପର୍ଣ୍ଣା କର, ପଦ୍ମଲୋଚନ ଦତ୍ତ ଓ ଅନୀଲ ପଟ୍ଟନାୟକ ପ୍ରମୁଖ ଏଥିରେ ଯୋଗଦେଇ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଉଦବେଗ ପ୍ରକାଶ କରିଥଲେ । ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲାର ବିଭିନ୍ନ ଡାକ୍ତରଖାନାରେ ବହୁ ଡାକ୍ତର ପଦ ଖାଲି ପଡ଼ିଥିବା ବେଳେ ହୃଦରୋଗ ଓ ସ୍ନାୟୁରୋଗ ଭଳି ଗୁରୁତର ରୋଗର ଚିକିତ୍ସା ପାଇଁ ବିଶେଷଜ୍ଞ ଡାକ୍ତର ନଥିବା ଦୁର୍ଭଗ୍ୟର ବିଷୟ ବୋଲି ସେମାନେ କହିଥିଲେ । ଅନ୍ୟପକ୍ଷରେ ଇକୋ କାର୍ଡ଼ିଓଲୋଜି ପରୀକ୍ଷଣ ଯନ୍ତ୍ରପାତି ନଥିବାରୁ କଟକ ଓ ଭୁବନେଶ୍ୱର ସ୍ଥାନାନ୍ତର ବେଳେ ବହୁ ରୋଗୀ ବାଟରେ ମୃତ୍ୟୁବରଣ କରୁଥିବା ଉପସ୍ଥିତ ସଦସ୍ୟ କହିଥିଲେ । ଏହି ସମସ୍ୟାର ସମାଧାନ ଦାବିରେ ଗତ ଏକବର୍ଷ ଧରି କ୍ରିୟାନୁଷ୍ଠାନ କମିଟି ଓ କେତେକ ସାମାଜିକ ସଂଗଠନ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ମାତ୍ର ଫଳ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ସ୍ଥିତିକୁ ଆସିଛି ବୋଲି ଅନେକ ବକ୍ତା ସମ୍ମିଳନୀରେ ପ୍ରକାଶ କରିଥିଲେ । ଏନେଇ ଆସନ୍ତା ନଭେମ୍ବର ମାସରେ ସମସ୍ତ ବ୍ଲକ ଓ ପଞ୍ଚାୟତ ସ୍ତରରେ ଗଣଧାରଣା ଓ ଜିଲା ସ୍ତରରେ ଡିସେମ୍ବର ୨ୟ ସପ୍ତାହରେ ପ୍ରତିବାଦ କରାଯିବ । ଏଥି ସହିତ ଜିଲାର ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ କମିଟି ତରଫରୁ ଦାବିପତ୍ର ପ୍ରଦାନ ପାଇଁ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଥିଲା । ସେହିଭଳି ବିଧାନସଭାର ଶୀତକାଳୀନ ଅଧିବେଶନ ସମୟରେ ଭୁବନେଶ୍ୱରରେ ଗଣଧାରଣା ଓ ଆବଶ୍ୟକ ସ୍ଥଳେ ‘ବାଲେଶ୍ୱର ବନ୍ଦ’ ଭଳି ଚରମ ଆନ୍ଦୋଳନକୁ ଓହ୍ଲାଇବାକୁ ସମସ୍ତେ ମତ ଦେଇଛନ୍ତି । କମିଟିର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା ଆସନ୍ତା କାର୍ଯ୍ୟକ୍ରମର ଖସଡ଼ା ଉପରେ ସୂଚନା ଦେଇଥିବା ବେଳେ ଉପସଭାପତି ପ୍ରଭାକର ସାହୁ ଦିବଂଗତ ସଦସ୍ୟ ସଦସ୍ୟାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରିଥିଲେ । ଉପ-ସଭାପତି ନିରଞ୍ଜନ ରାଉତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଭାରତୀ ପଣ୍ଡା, କାଞ୍ଚନବାଳା ପାତ୍ର, ସ୍ୱର୍ଣ୍ଣଲତା ସ୍ୱାଇଁ, ସୁକାନ୍ତି ଦେବଗୋସ୍ୱାମୀ, ପ୍ରମିତା ଦାସ, ପୁରସ୍ତମ ବେହେରା, ଶ୍ୟାମସୁନ୍ଦର ଜେନା ଓ ଭବେଶ ଚନ୍ଦ୍ର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ