ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ କ୍ରିୟାନୁଷ୍ଠାନ କମିଟିର ନିରବ ପ୍ରତିବାଦ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ପୂର୍ବ ଘୋଷଣା ଅନୁସାରେ ତଥା ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ କ୍ରମେ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ପ୍ରତୀକ ଗଣଧାରଣା ଶନିବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ନିରବ ପ୍ରତିବାଦ କାର୍ଯ୍ୟକ୍ରମରେ ସମସ୍ତେ ମୁହଁରେ କଳାକନା ବାନ୍ଧିଥିଲେ । ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆହ୍ୱାନରେ ବହୁ ସାମାଜିକ ଓ ଗଣସଂଗଠନର ପ୍ରତିନିଧି ଏହି ଦାବିକୁ ସମର୍ଥନ କରି ନିରବ ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବିଶେଷ କରି ହୃଦରୋଗ, ସ୍ନାୟୁରୋଗ ଓ ମୁତ୍ରାଶୟଜନିତ ରୋଗ ପ୍ରଭୃତି ଗୁରୁତର ରୋଗର ବିଶେଷଜ୍ଞ ଡାକ୍ତର ନିଯୁକ୍ତି ସହ ଜିଲ୍ଲାରେ ଖାଲିପଡ଼ିଥିବା ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି, ମଂଜୁରୀପ୍ରାପ୍ତ ଆୟୁଷ ହସପିଟାଲର ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା, ନର୍ସିଂ ଓ ଫାର୍ମାସିଷ୍ଟ କଲେଜ ପ୍ରତିଷ୍ଠା କରିବା, ମେଡିକାଲ୍ କଲେଜ୍ରେ ଡାକ୍ତରୀ ଶିକ୍ଷା ପାଇଁ ୧୫୦ ସିଟ୍କୁ ବୃଦ୍ଧି କରିବା, ମେଡିକାଲ୍ କଲେଜ୍ରେ ମଂଜୁରୀପ୍ରାପ୍ତ ୭୯ଜଣ ପ୍ରଫେସର ଓ ସହକାରୀ ପ୍ରଫେସର, ଅଧ୍ୟାପକ ନିଯୁକ୍ତି, ଏମ୍ସ୍ ସେଟେଲାଇଟସେଣ୍ଟରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ଆୟୁର୍ବେଦିକ ମେଡିକାଲ୍ କଲେଜ୍ ଓ ଔଷଧୀୟ ଉଦ୍ୟାନ ପ୍ରତିଷ୍ଠା କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି । ଏହି ଦାବିସହ ସ୍ଥାନୀୟ ସରକାରୀ ଡାକ୍ତରଖାନାର ଅବ୍ୟବସ୍ଥାର ସୁଧାର ଦାବିକରି ଜଳେଶ୍ୱର ଓ ନୀଳଗିରି ପ୍ରଭୃତି ହସପିଟାଲ୍ ସମ୍ମୁଖରେ ଅନୁରୂପ ଗଣଧାରଣା ଦିଆଯାଇଥିବାର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି । ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲ୍ ସେନ୍ ଜଗଦ୍ଦେବ ଓ ସହକାରୀ ମୁଖ୍ୟ ଚିକିତ୍ସାଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର ଧାରଣାସ୍ଥଳରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବିଗୁଡ଼ିକ ଉପରେ ରାଜ୍ୟ ସରକାରଙ୍କୁ ଅବଗତ କରାଇ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ଅଧିକାରୀମାନେପ୍ରତିଶ୍ରୁତି ଦେଇଥିଲେ । ଆସନ୍ତା ଏପ୍ରିଲ୍ ମାସ ସୁଦ୍ଧା ଖାଲିପଡ଼ିଥିବା ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟବିଭାଗ ଉଦ୍ୟମ କରୁଛି ବୋଲି ଡାକ୍ତର ଜଗଦେବ ପ୍ରକାଶ କରିଥିଲେ । କ୍ରିୟାନୁଷ୍ଠାନ କମିଟିର ଗଣତାନ୍ତ୍ରିକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଜିଲ୍ଲାପରିଷଦ ସଭାପତି ଶ୍ରୀ ସ୍ୱାଗତ ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ । କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା, ସାଧାରଣ ସଂପାଦକ ପ୍ରଦୀପ ଦାସଙ୍କ ସମେତ ପ୍ରଭାକର ସାହୁ, ନିରଞ୍ଜନ ରାଉତ, ପ୍ରଫେସର ଅନନ୍ତ ପ୍ରଧାନ, ମମତା ମହାପାତ୍ର, ଇଂ. ବନମାଳୀ ନାୟକ, ଇଂ. ହୃଷିକେଶ ସାହୁ, ସୀତାରାମ ପ୍ରଧାନ, ଗୌରାଙ୍ଗ ପାଣିଗ୍ରାହୀ, ପୁରସ୍ତମ ବେହେରା, ବେଣୁଧର ବାରିକ, ପ୍ରଫୁଲ୍ଲ କୁମାର ଦାସ, ଶ୍ୟାମସୁନ୍ଦର ଜେନା, ରାଧାକୃଷ୍ଣ ଜେନା, ମାୟାଧର ନାୟକ, ପ୍ରମିତା ସାହୁ, ଛବିରାଣୀ ଦାସ, ଶ୍ରଦ୍ଧାଞ୍ଜଳି ରାୟ, ମିନତୀ ପାତ୍ର, ସରସ୍ୱତୀ ପଣ୍ଡା, ପ୍ରତିମା ପଣ୍ଡା, ଡ. କେଶବ ପଣ୍ଡା, ଲକ୍ଷ୍ମୀପ୍ରିୟା ଜେନା, ଅରୁଣ ଜେନା, ବିଧାନ ଚନ୍ଦ୍ର ରାୟ, ଦୁଷ୍ମନ୍ତ ଦାସ, ଜଗତାନନ୍ଦ ବିଶ୍ୱାଳ, ପ୍ରଦୀପ ପରିଡ଼ା, ଅଖିଳ କୁମାର ଦାସ, ଅଞ୍ଜନା ସେନ୍, କ୍ରିଷ୍ଣା ସାହା, ସ୍ନେହଲତା ପତି, ସଂଯୁକ୍ତା ବେହେରା, ବନ୍ଦନା ପାତ୍ର, ତପନ ସିଟ୍, ଅନ୍ତର୍ଯ୍ୟାମୀ ପ୍ରଧାନ, ଦୀନବନ୍ଧୁ ଲେଙ୍କା, ଡ. ସୁବାସ ନାୟକ, କଲ୍ୟାଣୀ ନନ୍ଦ, ଡା. ମଧୁସୂଦନ ଜେନା, ଡା. ପୂର୍ଣ୍ଣଚନ୍ଦ୍ର ଜେନା, ସୁଦର୍ଶନ ଜେନା, ବେଣୁଧର ପାଲ୍, ଅନୁସୟା ନାୟକ, ଡା. ବି.ବି. ମହାପାତ୍ର, ସଚୀନ୍ଦ୍ର ଦାସ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ୍, ହିମାଂଶୁ ଦାସ, ରମେଶ ଚନ୍ଦ୍ର ଜେନା ଓ ତରୁଣ ଦାସ ପ୍ରମୁଖ ଧାରଣାସ୍ଥଳରେ ଉପସ୍ଥିତ ଥିଲେ ।