ବିପର୍ଯ୍ୟୟର ଗୋଷ୍ଠୀ ମୁକାବିଲା, ପ୍ରାକ ପ୍ରସ୍ତୁତି ଓ ଉଦ୍ଧାର ଶୈଳୀ ବୁଲି ଦେଖିଲେ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ମଣ୍ଡଳୀ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ପୁରୀ ବେଳାଭୂମିରାସ୍ତାର ରାମଚଣ୍ଡୀ ଓ ଟିକନା ଗ୍ରାମ ଠାରେ ବିପର୍ଯ୍ୟୟ ସମୟରେ କରାଯାଉଥିବା ଗୋଷ୍ଠୀ ସ୍ତରୀୟ ମୁକାବିଲା, ପ୍ରାକ ପ୍ରସ୍ତୁତି ଓ ଉଦ୍ଧାର କାର୍ଯ୍ୟ ଶୈଳୀ ସମ୍ପର୍କରେ କିଭଳି ଭାବେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କତୃପକ୍ଷ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରୁଛି ତାହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମଣ୍ଡଳୀ। ଖବରରୁ ପ୍ରକାଶ ଯେ ଓଡିଶାରେ ବିପର୍ଯ୍ୟୟ ସମୟରେ କିଭଳି କାର୍ଯ୍ୟପନ୍ଥା ଅବଲମ୍ବନ କରାଯାଇ ଧନଜୀବନ ସୁରକ୍ଷା ରଖାଯାଉଛି ଏହାର ତୃଣମୂଳସ୍ତରରେ ଭାରତବର୍ଷର ୯ରାଜ୍ଯ ଓ ୪ କେନ୍ଦ୍ର ଶାସିତ ଅଞ୍ଚଳର ୨୧ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ କୋଣାର୍କ ଗ୍ରସ୍ତରେ ଆସି ରାମଚଣ୍ଡୀ ନଦୀ ଓ ଟିକନା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବିପର୍ଯ୍ୟୟ ସମୟରେ ଗୋଷ୍ଠୀ ସ୍ତରୀୟ ପ୍ରାକ ପ୍ରସ୍ତୁତି, ମୁକାବିଲା ଓ ଉଦ୍ଧାର ଶୈଳୀ ସମ୍ପର୍କରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କତୃପକ୍ଷ ପକ୍ଷରୁ ମକଡ୍ରିଲ ପ୍ରଦର୍ଶିତ ହୋଇଥିଲା। ଏହି ବାତ୍ୟା ମୁକାବିଲା, ପ୍ରାକ ପ୍ରସ୍ତୁତି ଓ ଉଦ୍ଧାର ଶୈଳୀ କୁ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହି ମକଡ୍ରିଲ କାର୍ଯ୍ୟ ଶୈଳୀ ପ୍ରଦର୍ଶନ ସମୟରେ ଓଏସଡମାର ମହାପ୍ରବନ୍ଧକ କମଳନାଥ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଆପଦକାଳୀନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଗୋପ ବିଡିଓ ଦୀପ୍ତିରାଣୀ ଦାସ, ସୋଲାର ସମ୍ପାଦକ ହରିଶ୍ଚନ୍ଦ୍ର ଦାଶ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ।


