ବିପର୍ଯ୍ୟୟ ସମୟର ପ୍ରସ୍ତୁତିଏବଂ ବିପର୍ଯ୍ୟୟ ପର ପ୍ରସ୍ତୁତି ନେଇ ଜିଲ୍ଲା ୧୧୦ବନ୍ୟା/ ବାତ୍ୟା ଅଶ୍ରୟ ସ୍ଥଳଠାରେ ସାମୁହିକ ଅଭ୍ୟାସ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବିପର୍ଯ୍ୟୟରପୂର୍ବ ପ୍ରସ୍ତୁତି , ବିପର୍ଯ୍ୟୟ ସମୟର ପ୍ରସ୍ତୁତିଏବଂ ବିପର୍ଯ୍ୟୟ ପର ପ୍ରସ୍ତୁତି କୁ ନେଇ ବୁଧବାର ଗଂଜାମ ଜିଲ୍ଲାପ୍ରଶାସନ ଏବଂ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଦ୍ୱାରା ଜିଲ୍ଲାର ଥିବା ୧୧୦ ଟି ବାତ୍ୟା / ବନ୍ୟା ଆଶ୍ରୟ ସ୍ଥଳ ଠାରେ ସାମୁହିକ ଅଭ୍ୟାସ(ମକ୍ ଡ୍ରିଲ ) କରାଯାଇଛି । ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଆମେ କେତେ ପ୍ରସ୍ତୁତ ରହିଛୁ ସେ ସଂକ୍ରାନ୍ତରେ ଆଜି ଜିଲ୍ଲାର ବିଭିନ୍ନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ମକ୍ଡ୍ରିଲ୍ ଅନୁଷ୍ଠିତର ମୁଖ୍ୟ ଲକ୍ଷ୍ୟ ।ଏହାକୁ ନିରୀକ୍ଷଣ କରିବା ସକାଶେ ରାଜ୍ୟ ସ୍ତରରୁ ନିଯୁକ୍ତି ଥିବା ପର୍ଯ୍ୟବେକ୍ଷକ ତଥା ୟୁନିସେଫ କନସଲଟାଣ୍ଟ ସୁମନ୍ତ ମୁଖାର୍ଜୀ ବିଭିନ୍ନ ଆଶ୍ରୟ ସ୍ଥଳ ବୁଲି ତଦାରଖ କରିବା ସହିତ ଏ ସଂକ୍ରାନ୍ତରେ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ କାଳିନ ଅଧିକାରୀ ଆୟୁସି ପତି, ଓସଡମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ ଙ୍କ ଅଧିକାରୀ ମାନେ ସମିଲ ଥିଲେ । ଏହି କାର୍ଯ୍ୟକ୍ରମ ଛତ୍ରପୁର ବ୍ଲକର ୧୧ଟି ବାତ୍ୟା / ବନ୍ୟା ଆଶ୍ରୟସ୍ଥଳ ଠାରେ ବିଡିଓ ସୁଶାନ୍ତ କୁମାର ବରାଳଙ୍କ ତତ୍ୱାବଧାନରେ ସାମୁହିକ ଅଭ୍ୟାସ (ମକଡ୍ରିଲ) ଅନୁଷ୍ଠିତ ହୋଇଥିଲା । ସେହିପରି କଣମଣା ବାତ୍ୟା ଅଶ୍ରୟ ସ୍ଥଳ ଠାରେ ଅଗ୍ନିଶମ ଅଧିକାରୀ ଧନଞ୍ଜୟ ମଲ୍ଲିକ ଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ମାନେ ବିପର୍ଯ୍ୟୟ କୁ କିପରି ମୁକାବିଲା କରାଯିବ ଓ ଧନ ଜୀବନକୁ ସୁରକ୍ଷା କରାଯାଇପାରିବ ସେନେଇ ଏକ ଅଭ୍ୟାସ (ମକଡ୍ରିଲ) କରିଥିଲେ । ଆକସ୍ମିକ ଭାବେ ନିଆଁ ଲାଗିଲେ କିପରି ନିଆଁକୁ ଆୟତ୍ତ କରିବା, ଉଚ୍ଚ ସ୍ଥାନରେ ଥିବା ବ୍ୟକ୍ତି ଏବଂ ଦିବ୍ୟାଙ୍ଗ କୁ କିପରି ସୁରକ୍ଷାର ସହିତ ଉଦ୍ଧାର କରିବା ସେନେଇ ଏକ ଡେମୋ ଦେଖାଇଥିଲେ । ଏହା ସହିତ ସ୍ୱୟଂସିଦ୍ଧା ର ସଦସ୍ୟା ମାନେ ମଧ୍ୟ ସଚେତନତା କରାଇଥିଲେ । ବିପର୍ଯ୍ୟୟରପୂର୍ବ ପ୍ରସ୍ତୁତି , ବିପର୍ଯ୍ୟୟ ସମୟର ପ୍ରସ୍ତୁତିଏବଂ ବିପର୍ଯ୍ୟୟ ପର ପ୍ରସ୍ତୁତି ବେଳେ କିପରୀ ଧନ ଜୀବନ ସୁରକ୍ଷିତ ରହିବ ସେ ସମ୍ପର୍କରେ ସଚେତନତା କରାଯାଇଥିଲ।। ଏହି ଅବସରରେ ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ , ଛତ୍ରପୁର ଅତିରିକ୍ତ ତହସିଲଦାର ସ୍ମୃତି ଶୂଭ ଦର୍ଶନୀ ସାହୁ , କଣମଣା ସରପଂଚ ବି. ଦମୟନ୍ତି ପାତ୍ର, ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍. ଚକ୍ରପାଣି ରେଡ୍ଡୀ, କଣମଣା ବାତ୍ୟା ଆଶ୍ରୟସ୍ଥଳୀର ସମ୍ପାଦକ ଚନ୍ଦନ ବେହେରା, ପିଇଓ ସନ୍ତୋଷ କୁମାର ବେହେରା, କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଜିତ କୁମାର ସେଠୀଙ୍କ ସମେତ ଏମବିକେ, ସି ଆର ପି, ଅଙ୍ଗନବାଡି, ଆଶା, ପଂଚାୟତର ବହୁ ଜନସାଧାରଣ ଓ ସ୍ୱୟଂ ସିଦ୍ଧାର ସଦସ୍ୟା ମାନେ ଉପସ୍ଥିତ ରହିଥିଲେ ।