ବିପର୍ଯୟ ପରିଚାଳନାରେ ସହାୟକ କରିବାକୁ “ଦେବୀ ୟୁଥ”ର ପ୍ରଶାସନକୁ ଅଫର ଲେଟର

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ଚଳିତ ମାସ ୧୯ ତାରିଖରୁ ୨୧ ତାରିଖ ଭିତରେ ଗଜପତି ଜିଲ୍ଲା ପ୍ରବଳରୁ ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହେବା ସମ୍ଭାବନା ରହିଥିବା ବେଳେ କାଶୀନଗର ବାସୀଙ୍କ ଭିତରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି | ସମାଜସେବା ପାଇଁ ବିଭିନ୍ନ ଅନୁଷ୍ଠାନ କାଶୀନଗର “ଦେବୀ ୟୁଥ” ତରଫରୁ ଏ ଅବସରରେ ସ୍ଥାନୀୟ ବ୍ଲକ ଏନ.ଏସି ଓ ସି.ଏଚ.ସି ପ୍ରଶାସନକୁ ଅଫର ଲେଟର ଦିଆଯାଇ ସମ୍ଭାବ୍ୟ ବିପର୍ଯୟ ପରିଚାଳନା ବେଳେ ଉଲ୍ଲିଖିତ ସଂଗଠନର ସ୍ବେଚ୍ଛାସେବୀଙ୍କୁ ସେବାର ଉପଯୋଗ କରିବାକୁ ଅନୁରୋଧ କରାଯାଇଛି | ଉପଦେଷ୍ଟା ପ୍ରଶାନ୍ତ ମିଶ୍ର ଓ ସଭାପତି ତିରୁପତି ପୋଲାକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ,ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟାଳୟ ଯାଇ ଯଥାକ୍ରମେ ଗୋଷ୍ଟି ଉନ୍ନୟନ ଅଧିକାରୀ ,ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଭାର ପ୍ରାପ୍ତ ଚିକିତ୍ସାଧିକାରୀ ମାନଙ୍କୁ ଉକ୍ତ ଅଫର ଲେଟର ଦେଇଛନ୍ତି | ପ୍ରଶାସନ ତରଫରୁ “ଦେବୀ ୟୁଥ” ର ସଦସ୍ୟ ଓ କର୍ମକର୍ତା ମାନଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ