ବିପାସାଙ୍କ ପେଶା ଲାବୋରୋଟାରି ଟେକ୍ନିଶିଆନ ନିଶା ହସ୍ତ କଳା କାରିଗରୀ

ବଡ଼ସାହି, (ନିରଞ୍ଜନ ମହାନ୍ତ): ବଡ଼ସାହି ବ୍ଲକ ଅଧିନ ଦେଉଳିଆ ପଞ୍ଚାୟତର ଦେଉଳିଆ ଗ୍ରାମର ଝିଅ ବିପାଶା ମହାପାତ୍ର କଳା କୃତି ପାଇଁ ଏବେ ଚର୍ଚ୍ଚିତ । ସେ ନିଜର ପାଠ ପଢା +୨ପରେ ଲାବୋରିଟାରି ଟେକ୍ନିଶିଆନ ରେ ସ୍ନାତକ କରୁ ଥିବା ବେଳେ ନିଜର ପାଠ ପଢା ସହିତ ଜଗନ୍ନାଥଙ୍କ ଫଟୋଚିତ୍ର ତିଆରି କରିବା ସହିତ ଆକର୍ଷଣୀୟ ସାମଗ୍ରୀ ଯଥା କାନଫୁଲ ରାକ୍ଷୀ ଗ୍ରିଟିଂ କାର୍ଡସ ଫଟୋଫ୍ରେମ୍ ହାତ ତିଆରି ଅଳଙ୍କାର ଭାଲେଣ୍ଟାଇନ ଡେ କାର୍ଡସ୍ ସହିତ ଜନ୍ମ ଦିନ ଉପହାର ଗୃହ ଉପକରଣ ପ୍ରସ୍ତୁତ କରି ବର୍ତ୍ତମାନ ଅଫ ଲାଇନ୍ ଏବଂ ଅନ୍ ଲାଇନ୍ ରେ ବେଶ୍ ଚର୍ଚ୍ଚିତ ହେଉ ଅଛନ୍ତି । ଏହା ପ୍ରସ୍ତୁତ କରିବାରେ ସେ ଏମ୍ବ୍ରଡରି ହୁପ ଲେସ କାର୍ଡ ବୋର୍ଡ ଲିପୋମ ଆର୍ଟ ଧାନ ବିଭିନ୍ନ ପ୍ରକାର ସ୍ତେନ୍ ମୟୁର ତୋଳା ରଙ୍ଗ ଅଠା ଇତ୍ୟାଦି ବ୍ୟବହାର କରୁ ଅଛନ୍ତି । ତାଙ୍କର ଏସବୁ ଚାହିଦା ଦିନକୁ ବଢ଼ୁ ଥିବା ବେଳେ ଅନଲାଇନ୍ ଗ୍ରାହକ ମଧ୍ୟ ବଢିବାର ଲାଗିଛି । ବିପାସା ନିଜ କଳାକୃତି ର ନିଛକ ଠାକୁର ଠାକୁରାଣୀ ଙ୍କ ତିଆରି କରି ବିଭିନ୍ନ ମନ୍ଦିର ମାନଙ୍କୁ ଦାନ କରୁ ଥିବାର ଦେଖିବାକୁ ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ