ବିପୁଳିଙ୍ଗି ଗ୍ରାମରୁ ଆରମ୍ଭ ହେଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଛତ୍ରପୁର, (ଦେବଦତ୍ତ ମହାରଣା):ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଗତ ଅକ୍ଟୋବର ୨ ତାରିଖ ଠାରୁ ବିଭିନ୍ନ ସ୍ଥାନରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବୁଧବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବିଜେଡି ଜନ ସଂପର୍କ ପଦଯାତ୍ରା ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗ ଦେଇ ରାଜ୍ୟ ସରକାର ସମସ୍ତ ବର୍ଗର ଲୋକଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯୋଜନା କରିଛନ୍ତି । ସେହି ଯୋଜନା ଗୁଡିକୁ ସଠିକ୍ ସମୟରେ ସଠିକ୍ ଲୋକଙ୍କ ପାଖରେ ପହଂଚାଇବା ନିମନ୍ତେ ସମସ୍ତ ଦଳୀୟ ନେତା ଓ କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଛତ୍ରପୁର ଓ ଗଞ୍ଜାମ ବ୍ଲକର ଅନ୍ୟ ଦଳର ବହୁ ନେତା ଓ କର୍ମୀ ମାନେ ନବୀନ ପଟ୍ଟନାୟକଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ନୂତନ ଭାବେ ଯୋଗ ଦେଇଥିବା ସମସ୍ତ ନେତା ଓ କର୍ମୀ ମାନଙ୍କୁ ଜିଲ୍ଲା ସଭାପତି ଶ୍ରୀ ପଟ୍ଟନାୟକ ଓ ଛତ୍ରପୁର ବିଧାୟକ ଶ୍ରୀ ବେହେରା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅଶୋକ ଚୌଧୂରୀ, ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ଉପ ସଭାପତି ଅଟଳ ବିହାରୀ ପଟ୍ଟନାୟକ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ