ବିପୁଳିଙ୍ଗି ପଂଚାୟତକୁ ଆବାସ ଯୋଜନା ଅଣଦେଖା,
ଛତ୍ରପୁର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଛତ୍ରପୁର ବ୍ଲକପକ୍ଷରୁ ବିପୁଳିଙ୍ଗି ଗ୍ରାମ ପଂଚାୟତକୁ ଅଣଦେଖା କରାଯାଇଛି ବୋଲି ପଂଚାୟତର ବହୁ ମହିଳା ଓ ପୁରୁଷ ହିତାଧିକାରୀମାନେ ବିଡିଓଙ୍କୁ ଭେଟି ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।ସେମାନେ କହିଛନ୍ତି ଯେ ଆମ ପଂଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ଯୋଗ୍ୟ ହିତାଧିକାରୀ ମାନଙ୍କ ନାମ ଥିଲା କିନ୍ତୁ ବର୍ତ୍ତମାନ ତଦାରଖ କରି ଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ ପଡିଯାଇଛି । ତେଣୁ ଯୋଗ୍ୟ ହିତାଧିକାରୀମାନେ ଏଥିରୁ ବଂଚିତ ହୋଇଛନ୍ତି । ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ନାମ ଯୋଗ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ରେ ଘର ଖଣ୍ଡିଏ ଘର ଯୋଗାଇଦେବା ନିମନ୍ତେ କହିଥିଲେ । ଏହାଫଳରେ ପଂଚାୟତ ବହୁ ହିତାଧିକାରୀମାନେ ଉପକୃତ ହୋଇପାରିବେ । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ୱାର୍ଡ ସଭ୍ୟ ସୁକାନ୍ତ ନାହାକ, ଏ.ସତ୍ୟନାରାୟଣ ରେଡ୍ଡୀ , ବି.ଶହଦେବ ରେଡ୍ଡୀ, ଗଣେଷ ନାହାକଙ୍କ ସମେତ ବହୁ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ । ଏହାସହିତ ଆଉକେତକ ମହିଳା ମାନେ ବିଡିଓଙ୍କୁ କାକୁତି ବିନତି ହୋଇ ଘର ଖଣ୍ଡିଏ ମାଗୁଥିବା ଜଣାପଡିଛି । ଅପରପକ୍ଷରେ ଏସଂପର୍କରେ ଛତ୍ରପୁର ବିଡିଓ ସୂଚନା ଦେଇଛନ୍ତି ଯେ ଆବାସ ଯୋଜନାର ପୁନର୍ବାର ତଦନ୍ତ କରାଯିବ ।


