ବିପୁଳ ପରିମାଣରେ ମଦ ପୋଚ ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ ବାଳକୃଷ୍ଣ ପରିଡା ଓ ପ୍ରକାଶ କୁମାର ସାହୁଙ୍କ ତତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଚଢଉ କରାଯାଇଥିଲା । ଏହି ଚଢଉ ସମୟରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ସିଙ୍ଗିପୁର, ଏସ୍‌.କୁର୍ଲୁଣ୍ଡା, ଅନୁକୁଣ୍ଡାଗୁଡା, ପାରଳାଖେମୁଣ୍ଡି ସହରର ଜାଗିଲି ସାହି, ଫରେଷ୍ଟ ଗେଟ, ଯାଜପୁର ଗ୍ରାମ ପ୍ରଭୃତି ଅଞ୍ଚଳରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଅନୁକୁଣ୍ଡାଗୁଡା ଗ୍ରାମର ଚନ୍ଦ୍ରମା ଶବରଙ୍କ ଠାରୁ ୧୫ ଲିଟର ଦେଶୀ ମହୁଲି ମଦ ଓ ଘାସି ସାହି (ଛେଲାଗଡ) ଗ୍ରାମର ସନ୍ୟାସୀ ମଣ୍ଡଳଙ୍କୁ ଠାରୁ ୧୦ କିଲୋ ଚୋରା ଗଞ୍ଜେଇ ସହ ଏକ ମୋଟର ସାଇକେଲ ନଂ. ଓଆର୍ ୦୭ ପି ୭୬୩୨ ଜବତ କରାଯାଇଛି ଏଥି ସହ ସିଙ୍ଗିପୁର ଠାରେ ୩୭୦୦ ଲିଟର ଗୁଡ ଓ ମହୁଲ ମିଶ୍ରିତ ପୋଚ ଓ ୨୧୫ ଲିଟର ଦେଶୀ ରନ୍ଧା ମହୁଲି ମଦ ଓ ରନ୍ଧାମଦ ସରଞ୍ଜାମ ଜବତ କରାଯାଇ ଘଟଣାସ୍ଥଳରେହିଁ ନଷ୍ଟ କରିଦିଆଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ଏହି ଚଢଉ ବେଳେ ଅବକାରୀ ବିଭାଗର କିଶୋର ଚନ୍ଦ୍ର ରଥ, ଚିତ୍ତରଞ୍ଜନ ଜେନା, ମୋଜି ଶବର, ସୁନୀଲ ସେଠୀ ଓ ଅନ୍ୟାନ୍ୟ ଅବକାରୀ ଓ ପୋଲିସ ଷ୍ଟାଫ୍ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ