ବ୍ରହ୍ମପୁରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ପ୍ରଶାସନ ବ୍ରହ୍ମପୁରକୁ ୪ଦିନିଆ ସଟଡାଉନ ଘୋଷଣା କରାଯାଇଥିଲା । ତେବେ ଏହି ସଟଡାଉନ ସମୟରେ ଜିଲ୍ଲା ପ୍ରଶାସନ ଦ୍ୱାରା ସମସ୍ତ ଅଞ୍ଚଳ କଡା କଡ଼ି ଚେକିଙ୍ଗ କରାଯାଉଛି ।ଏହି ଚେକିଙ୍ଗ ସମୟରେ ଜିଲ୍ଲା ପ୍ରଶାସନକୁ ଏକ ଚୋରା ଗଞ୍ଜେଇ କାରବାରର ସୁରାକ ମିଳିବା ପରେ ଏହି ବ୍ୟବସାୟର ପର୍ଦାଫାଶ କରାଯାଇଛି ।ସୂଚନା ଅନୁସାରେ ଆଜି ସକାଳେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଅଫିସର ମାଜିଷ୍ଟ୍ରେଟଙ୍କ ସହ କର୍ମଚାରୀମାନେ ସହରର ବିଭିନ୍ନ ଅଞ୍ଚଳ ଛକରେ ଚେକିଙ୍ଗ କରୁଥିବା ସମୟରେ ଜଣେ ବାଳକ ଏକ ବେଗ ଭର୍ତି ସିଗାରେଟ ଧରି ଯାଉଥିବା ଦେଖିଲା ପରେ ତାକୁ ଅଟକାଇ ପଚାର ଉଚାର କରିବା ପରେ ଜାଣିବାକୁ ପାହିଲେ କି ସେଗୁଡାକ ସିଗାରେଟ ନୁହେଁ ବରଂ ସିଗାରେଟ ହଟାଇ ତା ଭିତରେ ଗଞ୍ଜେଇ ଭର୍ତି କରାଯାଇଛି । ଏହାକୁ କେଉଁ ସ୍ଥାନରୁ ଅଣାଯାଇଛି ତାହାର ଖୋଳତାଡ଼ କରିବା ପରେ ସହରର କାଳୁପାତ୍ର ସାହିର ବାପୁ ସାହୁ ନାମକ ଜଣକ ଘରୁ ଆଣିଥିବା ଜଣାପଡିଥିଲା । ପରେ ପ୍ରଶାସନିକ ପଦାଧିକାରୀମାନେ ପହଞ୍ଚି ସମ୍ପୃକ୍ତ ଘର ଉପରେ ଚଢ଼ାଉ କରି ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲେ ଏହା ସହ ଗଞ୍ଜେଇ ଭର୍ତ୍ତି ସିଗାରେଟ ମଧ୍ୟ ଜବତ କରିଥିଲେ । ଏ ନେଇ ବ୍ରହ୍ମପୁର ଅବକାରୀ ବିଭାଗକୁ ଖବର ଦେବା ପରେ ଅବକାରୀ ବିଭାଗର କର୍ମଚାରୀ ମାନେ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରିବା ପରେ ଚଢ଼ାଉ ଜାରିରଖିଛନ୍ତି ।ବେଆଇନ ଗଞ୍ଜେଇ ରଖିଥିବା ବ୍ୟବସାୟୀ ସେହି ଘରେ ଭଡା ସୂତ୍ରରେ ପରିବାର ସହିତ ରହୁଥିଲେ । ଦିର୍ଘ ୪ବର୍ଷ ହେବ ସେ ଏହି ବ୍ୟବସାୟ କରି ଆସୁଥିବା ବେଳେ ଅବକାରୀ ବିଭାଗ ତାହାର ଠୋସ ମଧ୍ୟ ପାଇ ପାରିନଥିବା ଅବକାରୀ ବିଭାଗର କାର୍ଯ୍ୟକୁ ପଦାରେ ପକେଇଦେଇଛି ।