ବିପୁଳ ପରିମାଣର ଚୋରାମଦ ଜବତ

ନାଉଗାଁ, (ଓ୍ବାଇଏନ୍ଏସ୍) : ନାଉଗାଁ ଥାନା ଅଧିନ ଶିଖର ସେତୁ ନିକଟରୁ ବିପୁଳ ପରିମାଣ ଚୋରା ମଦ ଜବତ ହୋଇଛି । ଏହା ସହିତ ଏକ ଗାଡି ଓ ଜଣେ ଯୁବକ ଅଟକ ରହିଛି । ଏହି ଚୋରା ମଦ ନାଉଗାଁ ବଜାରରେ ଥିବା ଏକ ହୋଟେଲକୁ ଆସୁଥିବା ଜଣାଯାଇଛି । ସୂଚନା ଅନୁସାରେ କରୋନା ପାଇଁ ସିଭିଲି ଡେଫେନ୍ସମାନଙ୍କୁ ନିୟୋଜିତ କରାଯାଇଛି । ଆଜି ଅପରାହ୍ନ ସମୟରେ ଶିଖର ସେତୁ ଉପରେ ସିଭିଲ୍ ଡିଫେନ୍ସ ମାନେ ଜଗି ରହିଥିବା ବେଳେ ଏକ ସ୍କୁଟି ଗାଡିରେ ମଦ ବୋଝେଇ ଆସୁଥିବା ସେମାନେ ଦେଖିବାକୁ ପାଇଥିଲେ । ସେମାନେ ସ୍କୁଟି ଗାଡିକୁ ଅଟକାଇ ଥାନାକୁ ଖବର ଦେଇଥିଲେ । ଥାନା ପକ୍ଷରୁ ଉକ୍ତ ମଦକୁ ଜବତ କରିବା ସହିତ ଗାଡି ଓ ଯୁବକକୁ ଆଣି ଥାନାରେ ଅଟକ ରଖିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ