ବିପୁଳ ପରିମାଣର ନକଲି ମଦ ଜବତ
ଚିକିଟି, (କୁରେସ ସାହୁ):ଅବକାରୀ ଅଦ୍ଧିକ୍ଷକ ରମେନ୍ଦ୍ର ନାୟକ ଙ୍କ ନିର୍ଦ୍ଦେଶ ରେ ଚିକିଟି ଅବକାରୀ ବିଭାଗର ଓଆଇସି ତପସ୍ୱିନୀ ବରାଳ ଙ୍କ ନେତୃତ୍ୱରେ କେ ନୂଆଗାଁ ଥାନା ଅଞ୍ଚଳ ର ରମ୍ପା ପଞ୍ଚାୟତ ବରଡ଼ା ଠାରେ।ବରଡା ଗ୍ରାମ ର ଏନ ତୁଳସାୟା ଙ୍କୁ ଗିରଫ କରି ବିପୁଳ ପରିମାଣର ମଦ ଜବତ କରିଛନ୍ତି। ସର୍ବ ମୋଟ ୭୧.୪୬୦ ଲିଟର ମଦ ଜବତ କରିଥିବା ବେଳେ ସେଥିମଧ୍ୟରୁ ନକଲି ବିଅର୭.୩୮୦ଲିଟର,ବେଆଇନ ନକଲି ବିଦେଶୀ ମଦ ୧୭.୨୮୦ଲିଟର ,୪୬.୮୦୦ ବିଅର ଜବତ କରି ଆସାମୀ ଏନ ତୁଳସାୟା କୁ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି।ଏଥିରେ ଆଇଆଇସି ବାଳକୃଷ୍ଣ ପରିଡା ,ସବ ଇଂନିସ୍ପେକ୍ଟର ମୋବାଇଲ ଟିମ ଶ୍ରୀଧର ମହାନ୍ତି ଓ ଗୋଳନ୍ଥରା ସବ ଇଂନିସ୍ପେକ୍ଟର ସୁବାଷ ମାହାକୁଡ଼ ଉପସ୍ଥିତ ଥିଲେ।