ବିପୁଳ ସମର୍ଥନ ଓ ଭବ୍ୟ ସମ୍ବର୍ଦ୍ଧନା

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବିଭିନ୍ନ ଗ୍ରାମରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଏବଂ ସମର୍ଥୀତ ସରପଞ୍ଚ ଓ ସମିତି ମେମ୍ବର ପାଇଁ ନିର୍ବାଚନ ପ୍ରଚାର ବେଳେ ବିପଳ ଜନସମର୍ଥନ ମିଳିବା ସହ ବିଭିନ୍ନ ଗ୍ରାମରେ ଭବ୍ୟ ସମ୍ବର୍ଦ୍ଧନା ମିଳିଥିବା ଦେଖିବାକୁ ମିଳିଛି । ବିଧାୟକ ଶ୍ରୀ ସାହୁ ୧୦ ତାରିଖ ଦିନ ଅରଖପୁର ପଞ୍ଚାୟତର ଖରିଡା, ମହୁଲପଲ୍ଲୀ, ଅରଖପୁର ଗ୍ରାମରେ ୪୧ ନମ୍ବର ଜୋନର ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସମିତା ସ୍ୱାଇଁଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖାରେ ଭୋଟଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଏଥିସହ ଅରଖପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ବନିତା ଜେନା ଓ ସମିତି ସଭ୍ୟା ପ୍ରାର୍ଥୀନୀ ଜ୍ୟୋତି ସାହୁଙ୍କୁ ଭୋଟଦେଇ ବିକାଶ ଧାରାକୁ ଆଗେଇ ନେବାକୁ ଅନୁରୋଧ କରିଥିଲେ। ସେହିପରି ୦୯ ତାରିଖ ଦିନ ୪୩ ନମ୍ବର ଜୋନ ଅନ୍ତର୍ଗତ ବିରଞ୍ଚିପୁର, କରଚୁଲି, କରସିଙ୍ଗି, ଓ ଭାମସ୍ୟାଳି ଚାରିଗୋଟି ପଞ୍ଚାୟତରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଚାନ୍ଦିନୀ ନାୟକଙ୍କ ପାଇଁ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ । ଏଥିସହ ଚାରି ପଞ୍ଚାୟତରେ ବିଜେଡି ସମର୍ଥୀତ ସରପଞ୍ଚ ଓ ସମିତି ମେମ୍ବର ମାନଙ୍କୁ ବିପୁଳ ସଂଖାରେ ଭୋଟଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ବିଭିନ୍ନ ଗ୍ରାମରେ ପ୍ରଚାର ସମୟରେ ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଦ୍ୱୟ ଓ ସରପଞ୍ଚ ଓ ସମିତି ମେମ୍ବର ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ବିପୁଳ ଜନସମର୍ଥନ ମିଳିବା ସହ ବନ୍ଦାପନା କରି ପାଛୋଟି ନେଉଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ସଭାରେ ବିଧାୟକ ଶ୍ରୀ ସାହୁ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ପ୍ରକାଶ କରିବା ସହ ଖୋଦ ଦେଶର ପ୍ରଧାନ ମନ୍ତ୍ରୀ ମାନ୍ୟବର ମୋଦିଜୀ ସାଂସଦରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ କାର୍ଯ୍ୟଶୈଳୀକୁ ଉଚ୍ଚ ପ୍ରଶଂସା କରୁଥିବା ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ