ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ବିପ୍ଳବୀ ଆନନ୍ଦ ଚନ୍ଦ୍ର ଯୁବକ ସଂଘ ଓ ଗୁରୁବ୍ରଦର୍ସର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଡାଳିକଏନ୍ଦା ଠାରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର କ୍ୱାଟର ଫାଇନାଲ ଖେଳ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୮ଟି କ୍ରିକେଟ ଦଳ ଅଂଶ ଗ୍ରହଣ କରିଥିଲେ । ଏହି କ୍ୱାଟର ଫାଇନାଲ ମ୍ୟାଚରେ ଓଳାବର କ୍ରିକେଟ କ୍ଳବ ସହିତ ବିପ୍ଳବୀ ଆନନ୍ଦଚନ୍ଦ୍ର ଜେନା କ୍ରିକେଟ କ୍ଲବ ଖେଳିଥିବା ବେଳେ ଓଳାବର କ୍ରିକେଟ କ୍ଲବକୁ ୮ ଉକେଟରେ ହରାଇ ବିପ୍ଳବୀ ଆନନ୍ଦଚନ୍ଦ୍ର ଜେନା କ୍ରିକେଟ କ୍ଲବ ବିଜୟ ଲାଭ କରିଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ମୁଖ୍ୟବକ୍ତା ଭାବେ କରୁଣାକର ଦାସ, ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ସରକାରୀ ଓକିଲ ସଂଜୟ କୁମାର ଜେନା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅତିଥିମାନେ ବିଜୟୀ ଦଳ ବିପ୍ଳବୀ ଆନନ୍ଦଚନ୍ଦ୍ର ଜେନା କ୍ରିକେଟ କ୍ଲବକୁ ଓ ପରାଜିତ ଦଳ ଓଳାବର କ୍ରିକେଟ କ୍ଳବକୁ ପୁରସ୍କୃତ କରିଥିଲେ । ପ୍ରଥମେ ଅତିଥିମାନେ ବିପ୍ଳବୀ ଜେନାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଯୁବକ ସଂଘର କୋଷାଧ୍ୟକ୍ଷ କୈାଳାସ ଚନ୍ଦ୍ର ସେଠୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଦୁଶାସନ ସ୍ୱାଇଁ ସଂପାଦକୀୟ ବିବରଣୀ ପାଠ କରିଥିଲେ । ସଭାପତି ପ୍ରମୋଦ ରାଉତ, ସଂପାଦକ ସରୋଜ ବେହେରା, ଅମ୍ପେୟାର ନିଗମାନନ୍ଦ ବେହେରା, ଓ ପ୍ରକାଶ ସାହୁ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ । ଶେଷରେ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ