ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ତିରୋଧାନ ଦିବସ ପାଳନ ପାଇଁ ସ୍ମୃତି କମିଟିର ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ବିପ୍ଳବୀ ଜେନାଙ୍କ ୭୬ତମ ତିରୋଧାନ ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପବ୍ଲିକ ରିଡିଂ ରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ କଟକଣା ପାଳନ ପୂର୍ବକ କମିଟି ସମ୍ପାଦକ ରମଣୀ ରଞ୍ଜନ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋଭିଡ ନିୟମ ଅନୁପାଳନ ପୂର୍ବକ ଚଳିତ ବର୍ଷ ଆନନ୍ଦ ମାର୍ଗ ସ୍ଥିତ ବିପ୍ଳବୀଙ୍କ ପ୍ରତିମୂର୍ତିରେ ଚଳିତମାସ ୨୭ତାରିଖ ସକାଳ ୯ଟା ବେଳେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ସାମୁହିକ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଉପସଭାପତି ଧିରେନ୍ଦ୍ର ଦାସ, ସଙ୍ଗଠନ ସମ୍ପାଦକ ହାଡିବନ୍ଧୁ ସିଂ, ସରକାରୀ ଓକିଲ ସଂଜୟ କୁମାର ଜେନା, ସମ୍ବାଦିକ ଆଶିଷ ସେନାପତି, ଅମରବର ବିଶ୍ୱାଳ, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ରଞ୍ଜନ କୁମାର ପଣ୍ଡା, ସତ୍ୟବ୍ରତ ସିଂ, ଅକ୍ଷୟପ୍ରିୟ ଦାସ, ନିରଞ୍ଜନ ମେକାପ, ମାନସ ସାହୁ, ଜ୍ୟୋର୍ତିମୟ ଦାସ, ସତ୍ୟପ୍ରିୟ ଦାସ, ସେକ ୟୁସୁଫ, ସେକ ସୈାକତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।