ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୭୬ ତମ ତିରୋଧାନ ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୭୬ ତମ ତିରୋଧାନ ଦିବସ ସ୍ମୃତି କମିଟି ସମ୍ପାଦକ ରମଣୀ ରଞ୍ଜନ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ସହରର ବୁଦ୍ଧିଜିବୀ, ବରିଷ୍ଠ ନାଗରିକ, ଶିକ୍ଷାବିତମାନେ ଯୋଗଦେଇ ଆନନ୍ଦମାର୍ଗସ୍ଥିତ ବିପ୍ଲବୀଙ୍କ ପ୍ରତିମୂର୍ତ୍ତୀରେ ସାମୁହିକ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ଶିକ୍ଷାବିତ ନନ୍ଦ କିଶୋର ପରିଡା, ଅଜୟ ରାଉତ, ସାହିିତ୍ୟିକ ଡଃ. ବାସୁଦେବ ଦାସ, ଅଧ୍ୟାପକ ଅଜୟ ସାମଲ, ନିରଞ୍ଜନ ମେକାପ, ସ୍ମୃତି କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ଦାଶ, ପୂର୍ବତନ ନଗରପାଳ ରୋସ୍ନା ସାହୁ, ଡଃ. ବିରଜା ପ୍ରସାଦ ରାଉତରାୟ, ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ସେକ ଅଜିମୁଦ୍ଦିନ, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ଗୟାଧର ଧଳ, ଶରତ ବେହୁରା, ନାରାୟଣ ସାହୁ, ସ୍ୱାଧୀନତା ସଂଗ୍ରାମୀ ଦାୟଦ ସଂଘ ସଭାପତି ବିଚିତ୍ରାନନ୍ଦ ନାୟକ, ସବିତା ସାହୁ, ଶ୍ରୀଧର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ପ୍ରଫୁଲ୍ଲ କୁମାର ଦାସ, ନିରଞ୍ଜନ ବଳ, ମନୋଜ ସାହୁ, ଅରୁଣ ଦାସ, ଦୀପକ ପ୍ରଧାନ, ଆଶିଷ ସେନାପତି, ଅମର ବିଶ୍ୱାଳ, ପ୍ରଦୀପ ସାହୁ, ଦୁର୍ଗା ପ୍ରସାଦ ପତି, ସ୍ମୃତି କମିଟି କର୍ମକର୍ତା ଧୀରେନ୍ଦ୍ର କୁମାର ଦାସ, ମାନସ ସାହୁ , ହାଡିବନ୍ଧୁ ସିଂ, ସତ୍ୟବ୍ରତ ସିଂ, ରମେଶ ଜେନା, ଶୁଭାଂଶୁ ଦାସ, ସତ୍ୟପ୍ରିୟ ଦାସ, ଅକ୍ଷୟ ପ୍ରିୟ ଦାସ, ଯଯାତି କେଶରୀ ମହାନ୍ତି, ସ୍ମୃତି ରଞ୍ଜନ ସିଂ, ମହମ୍ମଦ ଜାହିଦ ଖାନ, ମୁକ୍ତାର ଖାନ, ରଞ୍ଜନ ମଲିକ, ଦେବେନ୍ଦ୍ର ନାଥ ସାମନ୍ତ, ସେକ ସାମ, ସେକ ୟୁସୁଫ, ସେକ ସୈାକତ ଖାନ, ଗୋଲକ ସେଠୀ ପ୍ରମୁଖ ବିପ୍ଲବୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ସହ ସମ୍ପାଦକ ଶେଷଦେବ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।