ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଅହିଂସା ରଥକୁ ସ୍ୱାଗତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡା ସହରର ଆନନ୍ଦ ମାର୍ଗ ଛକ ଠାରେ କମିଟି ସଭାପତି କରୁଣାକର ଦାସଙ୍କ ଅଧକ୍ଷତାରେ ଅହିଂସା ରଥକୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ପୈାରାଧକ୍ଷା ସରିତା ସାହୁ, କମିଟି ସଂପାଦକ ରମଣୀ ରଞ୍ଜନ ରାଉତରାୟ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ବରିଷ୍ଠ ଆଇନଜୀବୀ ଗଗନ ବିହାରି ଜେନା,ପୂର୍ବତନ ଜିଲ୍ଲା ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ରମାକାନ୍ତ ସ୍ୱାଇଁ, କାଉନସିଲର ଉମେଶ ଚନ୍ଦ୍ର ନାୟକ, ନିରାକାର ସ୍ୱାଇଁ, ସେକ ଅସଲମ, କୁମର ଦାସ, ଧିରେନ୍ଦ କୁମାର ଦାସ, ସତ୍ୟବ୍ରତ ସିଂ, ନିରଞ୍ଜନ ମେକାପ, ଅକ୍ଷୟପ୍ରିୟ ଦାସ, ରବିନାରାୟଣ ମହାନ୍ତି, ନିରଞ୍ଜନ ବଳ, ମାନସ ରଞ୍ଜନ ଧଳ, ଶ୍ରୀଧର କୁମାର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ପିତବାସ ଦାସ, ବସନ୍ତ କୁମାର ପରିଡା, ଧରଣୀଧର ସାହୁ, ସମ୍ବିତ ଦାସ, ସେକ ୟୁସୁଫ ପ୍ରମୁଖ ଯୋଗଦେଇ ଅହିଂସା ରଥକୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ । ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ମଧ୍ୟ ମୁରୁଜ ପକାଇ, ଫୁଲରେ ସଜାଇ ରଥକୁ ସ୍ୱାଗତ ଜଣାଇଥିଲେ ।