ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୭୭ ତମ ତିରୋଧାନ ଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୭୭ତମ ତିରୋଧାନ ଦିବସ କେନ୍ଦ୍ରାପଡା ସହରର ଆନନ୍ଦ ମାର୍ଗ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ସ୍ମୃତି କମିଟି ସଭାପତି କରୁଣାକାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୈାରାଜଜ ବିଶ୍ୱଜିତ ମହାନ୍ତି, ଅତିରିକ୍ତ ଜିଲ୍ଲା ଦୈାରାଜଜ ତ୍ରିବିକ୍ରମ କେଶରୀ ଚିନେରା,ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଓ ଦୁର୍ଗା ପ୍ରସାଦ ମହାରଣା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଶିକ୍ଷାବିତ ନନ୍ଦ କିଶୋର ପରିଡା ପ୍ରମୁଖ ଯୋଗଦେଇ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ବୈପ୍ଳବିକ ଜୀବନର କାର୍ଯ୍ୟବଳୀ ଉପରେ ଆଲୋକପାତ କରିଥିଲେ । ସେମାନେ କହିଥିଲେ ଯେ ମହାତ୍ମା ଗାନ୍ଧିଙ୍କ ସାବରମତି ଆଶ୍ରମର ଓଡିଶାରୁ ପ୍ରଥମ ଓଡିଆ ଛାତ୍ରଭାବେ ବିପ୍ଳବୀ ଜେନା ଯୋଗଦେଇଥିଲେ । ସେ ବହୁଚର୍ଚିତ “ଦୁଃଖିନୀ କନିକା” ପୁସ୍ତକ ଲେଖି ଚହଳ ସୃଷ୍ଟି କରିଥିଲେ । ଫଳରେ ବ୍ରିଟିଶ ସରକାର ସେହି ପୁସ୍ତକକୁ ବ୍ୟାନ କରିଥିବା ଖବର ଗାନ୍ଧିଜୀଙ୍କ ସାପ୍ତାହିତ ‘ୟଙ୍ଗ ଇଣ୍ଡିଆ’ ପତ୍ରିକାରେ ପ୍ରକାଶ ପାଇଥିଲା ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ବ୍ରିଟିଶ ସରକାର ଓ କନିକା ରାଜା ଚକ୍ରାନ୍ତ କରି ବିପ୍ଳବୀ ଜେନାଙ୍କ ସ୍ଥାବର ଅସ୍ଥାବର ୪୨ ଏକର ସମ୍ପତିକୁ ନିଲାମ କରିଦେଇଥିଲେ । ବିପ୍ଳବୀ ଜେନା ତାଙ୍କ ଜୀବନରେ ୭ଥର କାରାବରଣ କରିଥିବା ବେଳେ ଶେଷରେ ଚକ୍ରାନ୍ତ କରି ବିପ୍ଳବୀ ଜେନାଙ୍କୁ ଖାଦ୍ୟରେ ବିଷ ମିଶାଇ ଦେଶ ସ୍ୱାଧୀନତା ପୂର୍ବରୁ ୧୯୪୬ ମସିହାରେ ତାଙ୍କୁ ମାରିଦିଆଯାଇଥିଲା । ଏହି ଉତ୍ସବରେ ଅନ୍ୟମାନମଙ୍କ ମଧ୍ୟରେ ସାହିିତ୍ୟିକ ଡଃ ବାସୁଦେବ ଦାସ, ୧୩ ନଂ ୱାଡର କାଉନସିଲର ସେକ ଅସଲାମ, ନିରଞ୍ଜନ ମେକାପ, ପ୍ରଦୀପ ଦାସ, ପୂର୍ବତନ ଓକିଲ ସଂଘର ସଭାପତି ଆଶୁତୋଷ ମହାନ୍ତି, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ସ୍ୱାଧୀନତା ସଂଗ୍ରାମୀ ଦାୟଦ ସଂଘ ସଭାପତି ବିଚିତ୍ରାନନ୍ଦ ନାୟକ, ନିରଞ୍ଜନ ବଳ, ମାନସ ରଂଜନ ଧଳ, ମନୋଜ କୁମାର ସାହୁ, ଅରୁଣ ପ୍ରସାଦ ଦାସ, ସ୍ମୃତି କମିଟି ସମ୍ପାଦକ ରମଣୀ ରଂଜନ ରାଉତରାୟ, ସଂଜୟ କୁମାର ଜେନା, ବିପିନ ବିହାରୀ ବାରିକ, ଅକ୍ଷୟପ୍ରିୟ ଦାସ, ସହ ସଂପାଦକ କିଶୋର ଚନ୍ଦ୍ର ପ୍ରଧାନ, ସତ୍ୟବ୍ରତ ସିଂ, ଶୁଭାଂଶୁ ଦାସ, ସତ୍ୟପ୍ରିୟ ଦାସ, ସମ୍ବିତ ଦାସ, ରମାକାନ୍ତ ସ୍ୱାଇଁ, ସୁରେଶ ଚନ୍ଦ୍ର ନାୟକ, ବ୍ରଜ ସୁନ୍ଦର ରାଉତ, ସେକ ସୈାକତ, ହିରଣ୍ୟ ପଣ୍ଡା, ଧୀରେନ୍ଦ୍ର କୁମାର ଦାସ, ଗୋଲେଖ ସେଠୀ ପ୍ରମୁଖ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରିଶେଷରେ ଅନୁଷ୍ଠାନର ଅନ୍ୟତମ ସଦସ୍ୟ ଶେଷଦେବ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।