ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୦ତମ ଜୟନ୍ତୀରେ ବିଶିଷ୍ଠ ବ୍ୟକ୍ତିଙ୍କ ମନ୍ତବ୍ୟ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୦ତମ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରଜା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମ ପ୍ରତି ଥିବା ଅତୁଳନୀୟ ଅବଦାନକୁ ପ୍ରକୃତ ସମ୍ମାନ କରାଯିବ ଯେତେବେଳେ ଆମେ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ କରିବା ସହିତ ରାଜ୍ୟର କୋଣ ଅନୁକୋଣରେ ପ୍ରଚାର ପ୍ରସାର କରିପାରିିବା । ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ସଭାପତି କରୁଣାକର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ବରେଣ୍ୟ ଅତିଥି ଭାବରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଯୋଗଦେଇ ଆନନ୍ଦମାର୍ଗରେ ଥିବା ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସେଠାରେ ବୃକ୍ଷରୋପଣ କରିଥିଲେ । ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା ଯୋଗଦେଇ କହିଲେ ଯେ ଆମେ ଆନନ୍ଦ ଚନ୍ଦ୍ର ଜେନାଙ୍କୁ ତାଙ୍କ ଅବଦାନ ତୁଳନାରେ ଯଥୋଚିତ ସମ୍ମାନ ପ୍ରଦର୍ଶନ ବା ତାଙ୍କର ପ୍ରଚାର ପ୍ରସାର କରିପାରି ନାହୁଁ । ସମ୍ମାନୀତ ଅତିଥି ଭାବେ ଗରାପୁର ଶିବାନନ୍ଦ ଆଶ୍ରମରେ ଅଧ୍ୟକ୍ଷା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱାତୀ, ପ୍ରାକ୍ତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, ପ୍ରାକ୍ତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ପୂର୍ବତନ ଜିଲ୍ଲା ଓକିଲ ସଙ୍ଘ ସଭାପତି ବିଚିତ୍ରାନନ୍ଦ ମହାନ୍ତି, କଂଗ୍ରେସ ନେତା ଫକିର ଚରଣ ଖଟୁଆ, ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁ, ବିଜେପି ନେତା ସଞ୍ଜୟ କୁମାର ସ୍ୱାଇଁ, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଅଧ୍ୟାପକ ଅଜୟ ସାମଲ, ବିଶିଷ୍ଟ ଗବେଷକ ନିରଞ୍ଜନ ମେକାପ, ପ୍ରଦୀପ କୁମାର ଦାଶ, ଶୁଭାଂଶୁ କୁମାର ଦାସ, ଶିକ୍ଷାବୀତ ପାର୍ଥସାରଥୀ ବେହେରା, ପ୍ରଦ୍ୟୁମ୍ନ ଜେନା, ରାଜେଶ ମହାନ୍ତି, ଶେଷଦେବ ଦାସ, ରମାକାନ୍ତ ସ୍ୱାଇଁ, ନିରଞ୍ଜନ ବଳ, ରଞ୍ଜନ ପଣ୍ଡା, ଉମାକାନ୍ତ ଗୁରୁ, ପ୍ରଦୀପ ମାନସିଂ, ଗୋଲକ ଚନ୍ଦ୍ର ପରିଡା, ଧିରେନ୍ଦ୍ର କୁମାର ଦାସ, ସତ୍ୟବ୍ରତ ସିଂ, ପିତବାସ ଦାସ, ଅକ୍ଷୟପ୍ରିୟ ଦାସ, ସେକ ଚନ୍ଦନ, ସଞ୍ଜୟ କୁମାର ଜେନା, ଅକ୍ଷୟ ମେକାପ, ଗଣେଶ ଚନ୍ଦ୍ର ମେକାପ ପ୍ରମୁଖ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବିପ୍ଳବୀଙ୍କ ସଂଗ୍ରାମ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମୁକ୍ତାର ଅଲ୍ଲୀ ଖାଁ । ସକାଳେ ତୁଳସୀ ମହିଳା ମହାବିଦ୍ୟାଳୟ ସନ୍ନିକଟରେ ଥିବା ସ୍ୱର୍ଗତ ଜେନାଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ରାଜ୍ୟ ସ୍ତରରେ ପ୍ରତିମୂର୍ତ୍ତି ନିର୍ମାଣ ଓ ଯଥୋଚିତ ସମ୍ମାନ ଜ୍ଞାପନ କରାଯିବାକୁ ଉତ୍ସବରେ ପ୍ରସ୍ତାବ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ