ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୭୪ତମ ତିରୋଧାନ ଦିବସ ପାଳିତ

କେନ୍ଦ୍ରାପଡା – କନିକା ପ୍ରଜା ଆନ୍ଦୋଳନର କର୍ଣ୍ଣଧାର, ଦୁଃଖିନୀ କନିକାର ରଚୟିତା, ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମର ପ୍ରଥମ ଓଡିଆ ଛାତ୍ର ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ୭୪ତମ ତିରୋଧାନ ଦିବସ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ଆନୁକୁଲ୍ୟରେ କେନ୍ଦ୍ରାପଡା ସହରସ୍ଥ ବିପ୍ଳବୀ ଆନନ୍ଦ ଜେନା ମାର୍ଗରେ ସୋମବାର ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ସହରର ଆନନ୍ଦମାର୍ଗସ୍ଥିତ ବିପ୍ଳବୀ ଆନନ୍ଦ ଜେନାଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଜିଲ୍ଲାଜଜ ବାସୁଦେବ ପଣ୍ଡା, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାଜଜ ଏମ.ଆର.ଦୋରା, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ନକୁଳ ଚରଣ ଦାସ, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ କୁମାର ଅଗ୍ରୱାଲ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.କିଶୋର କୁମାର ଆଚାର୍ଯ୍ୟ, ବରିଷ୍ଠ ଶିକ୍ଷାବିତ ଭଜକୃଷ୍ଣ ରାଉତ, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡଃ. ବାସୁଦେବ ଦାସ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ବରିଷ୍ଠ ଆଇନଜୀବି ଗଗନ ବିହାରୀ ଜେନା, ପୂର୍ବତନ ପୈାରାଧ୍ୟକ୍ଷା ରୋସ୍ୱା ସାହୁ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ବିପ୍ଳବୀ ଆନନ୍ଦ ଜେନାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଆନନ୍ଦ ଜେନା ମାର୍ଗରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ବିଧାୟକ ଶ୍ରୀ ବେହେରା ମୁଖ୍ୟ ଅତିଥି ,ଜିଲ୍ଲାଜଜ ଶ୍ରୀ ପଣ୍ଡା ବିଶିଷ୍ଟ ଅତିଥି ଜିଲ୍ଲାପାଳ ଶ୍ରୀ ବର୍ମା ମୁଖ୍ୟବକ୍ତା, ଜିଲ୍ଲା ପରିଷଦ ସଭାପତି ଶ୍ରୀ ପରିଡା, ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ, ଶିକ୍ଷାବିତ ଶ୍ରୀ ରାଉତ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଶ୍ରୀ ପରିଡା, ଅଧ୍ୟାପକ ଅଜୟ କୁମାର ରାଉତ, କମିଟି ସଂଯୋଜକ ସଞ୍ଜୟ କୁମାର ଜେନା, ଗୟାଧର ଧଳ, ଧିରେନ୍ଦ୍ର କୁମାର ଦାସ, ସେକ ମତୁ, ସତ୍ୟବ୍ରତ ସିଂ, ନିରଞ୍ଜନ ବଳ, ଅରୁଣ କୁମାର ଦାସ, ମାନସରଞ୍ଜନ ଧଳ, ସ୍ନେହପ୍ରଭା ତ୍ରିପାଠୀ, ଦେବଦାସ ମହାନ୍ତି, ବିଜୟ ପତି, ଶେଷଦେବ ଦାସ, ସେକ ଅଜିମୁଦ୍ଦିନ, ରବିନ୍ଦ୍ର ନାଥ ରଥ, ସୁବାଷ ପାତ୍ର, ସ୍ମୃତିରଞ୍ଜନ ସିଂ, ବିକ୍ରମ ବାରିକ, ନିକେତନ ଜେନା, ଅଫସର ଅଲ୍ଲୀ ବକ୍ସ, ମନୋଜ ସାହୁ, ରମାକାନ୍ତ ସ୍ୱାଇଁ, ସଞ୍ଜୟ ପାତ୍ର, ସତ୍ୟପ୍ରିୟ ଦାସ, ଅକ୍ଷୟ ପ୍ରିୟ ଦାସ, ମହେନ୍ଦ୍ର ମିଶ୍ର, ରେବତୀରମଣ ଦାସ, ଶିକ୍ଷକ ଶରତ ଚନ୍ଦ୍ର ରାଉତ, ଶୁଭାଂଶୁ କୁମାର ଦାସ, ସୈାକତ ଖାନ, ଅଶୋକ କୁମାର ସାହୁ, ଶ୍ରୀଧର ମହାନ୍ତି, ଉପେନ୍ଦ୍ର ବେହେରା, କିଶୋର ପ୍ରଧାନ, ସ୍ୱାଧୀନତା ସଂଗ୍ରାମୀ ଦାୟଦ ସଙ୍ଘର ସଭାପତି ବିଚିତ୍ରାନନ୍ଦ ନାୟକ, ସମ୍ପାଦକ ଗୋପାଳ କୃଷ୍ଣ ଜେନା, ରମେଶ ପ୍ରଧାନ, କୁଳମଣୀ ରାଉତ, ପଦ୍ମନାଭ ଦାସ, ବାଉରୀବନ୍ଧୁ ଦାସ, ଅଶୋକ ମଣ୍ଡଳ, ଅମୁଲ୍ୟନନ୍ଦ ସାହୁ, ପ୍ରଦୀପ ଦାସ, କାର୍ତ୍ତିକ ଚନ୍ଦ୍ର ମଣ୍ଡଳ, ଅକ୍ଷୟ ରାଉତ ପ୍ରମୁଖ ଯୋଗଦେଇ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କୁ କେନ୍ଦ୍ରାପଡା ସଂଗ୍ରାମୀ ଇତିହାସର ଆଦ୍ୟବାହକ ରୂପେ ଅଭିହିତ କରିବା ସହିତ ତାଙ୍କ ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନ କରାନଯିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ମତବ୍ୟକ୍ତ କରିଥିଲେ । ସମିତିର ସମ୍ପାଦକ ରମଣୀରଞ୍ଜନ ରାଉତରାୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶେଷରେ ଆଇନଜିବୀ ଶେଷଦେବ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସକାଳେ ସ୍ମୃତି କମିଟି ଆନୁକୁଲ୍ୟରେ ଆନନ୍ଦମାର୍ଗରୁ ତିନିମୁହାଣି ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ଏକ ଗଣଦୈାଡ ହେବା ସହିତ ଆନନ୍ଦ ମାର୍ଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସ ପ୍ରାରମ୍ଭିକ ସଂଗୀତ ଓ ଉଦଯାପନୀ ସଂଗୀତ ପରିବେଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ