ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ସଂଗ୍ରାମୀ ନକୁଳ ଚରଣ ଦାସଙ୍କ ସ୍ମୃତି ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ସୂର୍ଗତ ନକୁଳ ଚରଣ ଦାସଙ୍କ ବିୟୋଗରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭାରେ ପ୍ରଥମେ ସୂର୍ଗତ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ କମିଟିର ସମ୍ପାଦକ ରମଣୀ ରଂଜନ ରାଉତରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଫେସର ନନ୍ଦ କିଶୋର ପରିଡା, ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ଉପସଭାପତି ଅନିଲ ଚନ୍ଦ୍ର ଜେନା, ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ଅଜୟ କୁମାର ସାମଲ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ଦାୟଦ ସଂଘର ସଭାପତି ବିଚିତ୍ରା ନନ୍ଦ ନାୟକ, ଶିକ୍ଷାବିତ ଶୁଭାଂଶୁ କୁମାର ଦାସ ପ୍ରମୁଖ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀ ନକୁଳ ଚରଣ ଦାସଙ୍କ ଜୀବନାବଳୀ ଉପରେ ଆଲୋଚନା କରି କେନ୍ଦ୍ରାପଡା ଜିଲ୍ଲା ଏକ ମହାନ ସଂଗ୍ରାମୀଙ୍କୁ ହରାଇଲା ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମୀ ସମିତି ସମ୍ପାଦକ ଗୋପାଳ କୃଷ୍ଣ ଜେନା, ବରିଷ୍ଠ ସାମ୍ବାଦିକ ଆଶିଷ କୁମାର ସେନାପତି, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ଆଦିକନ୍ଦ ରାଉଳ, ପ୍ରାର୍ଥସାରଥି ବେହେରା, ରମେଶ ଚନ୍ଦ୍ର ପ୍ରଧାନ, ଅମୀୟ ନାୟକ, ଗଦାଧର ନାୟକ, କିଶୋର ପ୍ରଧାନ, ଧିରେନ୍ଦ୍ର କୁମାର ଦାସ, ରମାକାନ୍ତ ସ୍ୱାଇଁ, ସତ୍ୟବ୍ରତ ସିଂ, ଅକ୍ଷୟ ପ୍ରିୟ ଦାସ, ସେକ ୟୁସୁଫ ପ୍ରମୁଖ ଉପସ୍ଥିତ ରହି ସଂଗ୍ରାମୀ ସୂର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ । ସଭା ଶେଷରେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମି ସମିତିର ଉପସଭାପତି ଶ୍ରୀ ଜେନାଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ