ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୩୬ ତମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ଅର୍ପଣ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବିପ୍ଳବୀ ଆନନ୍ଦ ଜେନା ସ୍ମୃତି କମିଟି ଆନୁକୂଲ୍ୟରେ ଦୁଃଖିନୀ କନିକାର ରଚୟିତା ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୩୬ତମ ଜୟନ୍ତୀ ଅବସରରେ ଆନନ୍ଦ ମାର୍ଗ ସ୍ଥିତ ସଂଗ୍ରାମୀ ଆନନ୍ଦ ଜେନାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ବଙ୍ଗଭଙ୍ଗ ଆନ୍ଦୋଳନରେ ସକ୍ରୀୟ ଅଂଶ ଗ୍ରହଣ କରି କାରାବରଣ କରିଥିବା, ମହାତ୍ମା ଗାନ୍ଧଜୀଙ୍କ ସାବରମତୀ ଆଶ୍ରମର ପ୍ରଥମ ଓଡିଆ ଛାତ୍ର, କନିକାର ପ୍ରଜାମାନଙ୍କ ଉପରେ ରାଜା ଚଳାଇଥିବା ନିର୍ଯ୍ୟାତନା ଓ ପ୍ରଜାଙ୍କ ଉପରେ ବସାଯାଇଥିବା ୬୪ ପ୍ରକାର କରକୁ ବିରୋଧ କରି ଦୁଃଖିନୀ କନିକା ନାମରେ ପୁସ୍ତକ ରଚନା କରି ସାରା ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିବା ଏବଂ ଶେଷରେ କନିକା ରାଜାଙ୍କ ଦ୍ୱାରା ପ୍ରେରିତ ଲୋକଙ୍କ ଦ୍ୱାରା ଖାଦ୍ୟରେ ବିଷ ମିଶାଇ ହତ୍ୟା କରାଯାଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତି ଆଜିର ୧୩୬ତମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲା ଜଜ୍ ଏମ.ଆର ଦୋରା, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ପୈାର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, କମିଟି ଉପଦେଷ୍ଟା ଡଃ ବିରଜା ରାଉତରାୟ, ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସ,ସ୍ୱାଧୀନତା ସଂଗ୍ରାମୀ ଉପସଭାପତି ଅନୀଲ ଚନ୍ଦ୍ର ଜେନା,ଡଃ ବାସୁଦେବ ଦାସ, ଶିକ୍ଷାବିତ ଅଜୟ ସାମଲ,ବ୍ଳକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ କୋଭିଡ-୧୯ ଆଇନ ଅନୁଯାୟୀ ସାମାଜିକ ଦୂରତା ରକ୍ଷା ପୂର୍ବକ ମୁହଁରେ ମାସ୍କ ପିନ୍ଧି ସଂଗ୍ରାମୀ ଜେନାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମୀ ଦାୟାଦ ସଂଘର ସଭାପତି ବିଚିତ୍ରା ନନ୍ଦ ନାୟକ, ଭିକାରୀ ଚରଣ ସାହୁ, ଫକିର ଚରଣ ସାହୁ, ସମାଜସେବୀ ମରୁତ ସ୍ୱାଇଁ, ଶୁଭ୍ରାଶୁ କୁମାର ଦାଶ,ଆଶିଷ ସେନାପତି, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ଦାଶ, ସଂପାଦକ- ରମଣୀ ରଂଜନ ରାଉତରାୟ, ସଂଜୟ କୁମାର ଜେନା, ଧିରେନ୍ଦ୍ର କୁମାର ଦାଶ, ସତ୍ୟପ୍ରିୟ ଦାଶ, ନଗର ସଭାପତି ଯଯାତି କେଶାରୀ ମହାନ୍ତି, କିଶୋର ଚନ୍ଦ୍ର ପ୍ରଧାନ, ଏମ.ପି. ଦିବ୍ୟଜ୍ୟୋତି, ସତ୍ୟବ୍ରତ ସିଂ, ଅକ୍ଷୟପ୍ରିୟ ଦାଶ,ମହେନ୍ଦ୍ର କୁମାର ମହାପାତ୍ର,ଅଶୋକ କୁମାର ସାହୁ, ଶ୍ରୀଧର କୁମାର ମହାନ୍ତି, ସେକ ୟୁସୁଫ,ଗଗନ ବିହାରୀ ଜେନା,ନିରଞ୍ଜନ ବଳ, ଗୋକୁଳି ରଂଜନ ଦାଶ,ଅରୁଣ ପ୍ରସାଦ ଦାଶ,କମିଟିର ସହ ସଂପାଦକ ଶେଷଦେବ ଦାସ, ପ୍ରାର୍ଥସାରଥୀ ବେହେରା,ଉପେନ୍ଦ୍ର ବେହେରା, ସେକ ସୈାକତ ଖାନ ପ୍ରମୁଖ ଯୋଗଦେଇ ବିପ୍ଳବୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ଏହି ଅବସରରେ ଆନନ୍ଦ ମାର୍ଗ ସ୍ଥିତ ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀ ନିକଟରେ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ