ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ସୂଚନା ଅଧିକାରୀ ଚନ୍ଦ୍ରକାନ୍ତ ନାୟକଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ ଯୁଗ୍ମ ନିର୍ଦ୍ଦେଶକ ପଦବିକୁ ପଦୋନ୍ନତି ପାଇଥିବାରୁ ସୂଚନା ଓ ଲୋକସଂପର୍କ ବିଭାଗର ଭୂବନେଶ୍ୱର ସ୍ଥିତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଯୁଗ୍ମ ନିର୍ଦେଶକ ଭାବେ ତାଙ୍କର ବଦଳି ହୋଇଛି । ସେ ଜଣେ ଦକ୍ଷ ଅଧିକାରୀ ଭାବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସୂଚନା ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଆଜି ତାଙ୍କୁ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, କମିଟିର ସମ୍ପାଦକ ରମଣୀ ରଂଜନ ରାଉତରାୟ, ସରକାରୀ ଓକିଲ ତଥା କମିଟିର ସଂଯୋଜକ ସଂଜୟକୁମାର ଜେନା, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ସମାଜସେବୀ ଧିରେନ୍ଦ୍ର କୁମାର ଦାସ, ଆଇନଜୀବୀ ଶେଷଦେବ ଦାସ, ଶ୍ରୀକାନ୍ତ ନାୟକ, ଦିପକ ପ୍ରଧାନ, କିଶୋର ଚନ୍ଦ୍ର ପ୍ରଧାନ, ନିରଞ୍ଜନ ବଳ, ସତ୍ୟବ୍ରତ ସିଂହ, ଅକ୍ଷୟପ୍ରିୟ ଦାସ ପ୍ରମୁଖ ଉପସ୍ଥିତ ରହି ଉପନିର୍ଦ୍ଦେଶକ ଶ୍ରୀ ନାୟକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ