ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ବିପ୍ଳବୀ ଆନନ୍ଦ ଚନ୍ଦ୍ର ଯୁବକ ସଂଘ ଓ ଗୁରୁବ୍ରଦର୍ସ ର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଡାଳିକାଏନ୍ଦା ଠାରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦଯାପିତ ହୋଇଯାଇଛି । ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଂଟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୮ଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚରେ ଆଳିର ଖରାଖାଇ କ୍ରିକେଟ କ୍ଳବ ସହିତ ନୂଆପଡା କ୍ରିକେଟ କ୍ଲବ ଖେଳିଥିବା ବେଳେ ଖରାଖାଇ କ୍ରିକେଟ କ୍ଲବ ୩୭ ରନରେ ବିଜୟ ଲାଭ କରିଥିଲା । ଯୁବକ ସଂଘର ଉପଦେଷ୍ଟା ବିଦ୍ୟାଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମାଂଚଳରେ ଏଭଳି କ୍ରିଡା ପ୍ରତିଯୋଗିତାର ଆୟୋଜନ ଫଳରେ ଯୁବକ ମାନଙ୍କ ମଧ୍ୟରେ କ୍ରିଡା ନୈପୁଣ୍ୟତା ବୃଦ୍ଧି ପାଇବ ବୋଲି ମତ ବ୍ୟକ୍ତ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ଜେନାଙ୍କ ନାମରେ ନାମିତ ଏହି ଟୁର୍ଣ୍ଣାମେଂଟ ଆଗାମୀ ଦିନରେ ସଂଗ୍ରାମୀଙ୍କ ସମ୍ପର୍କରେ ଉତରପିଢିଙ୍କୁ ଅନୁପ୍ରାଣିତ କରିବା ପାଇଁ ଆହ୍ୱାନ ସୃଷ୍ଟି କରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ । ମୁଖ୍ୟବକ୍ତା ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସମ୍ମାନନୀତ ଅତିଥି ଭାବେ ଶିକ୍ଷାବିତ ବିପିନ ବିହାରୀ ବାରିକ, ସରକାରୀ ଓକିଲ ସଂଜୟ କୁମାର ଜେନା, ଗଙ୍ଗାଧର ପାଗଳ, ଧିରେନ୍ଦ୍ର କୁମାର ଦାସ, ଶିକୋ ପଂଚାୟତର ସରପଂଚ ଗାୟତ୍ରୀ ଜେନା ,କ୍ରିଡା ଶିକ୍ଷକ ଜ୍ୟୋର୍ତିମୟୀ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅତିଥିମାନେ ବିଜୟୀ ଦଳ ଖରାଖାଇ କ୍ରିକେଟ କ୍ଲବକୁ ଟୁର୍ଣ୍ଣାମେଂଟ ଟ୍ରଫି ଓ ପରାଜିତ ଦଳ ନୂଆପଡା କ୍ରିକେଟ କ୍ଳବକୁ ରନର୍ସ ଅପ ଟ୍ରଫି ପ୍ରଦାନ କରିଥିଲେ । ପ୍ରଥମେ ଅତିଥି ମାନେ ବିପ୍ଳବୀ ଜେନାଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ । ଯୁବକ ସଂଘର କୋଷାଧକ୍ଷ କୈାଳାସ ଚନ୍ଦ୍ର ସେଠୀ ଅତିଥି ପରିଚୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଦୁଶାସନ ସ୍ୱାଇଁ ସଂପାଦକୀୟ ବିବରଣୀ ପାଠ କରିଥିଲେ । ସଭାପତି ପ୍ରମୋଦ ରାଉତ, ସଂପାଦକ ସରୋଜ ବେହେରା, ଅମ୍ପେୟାର ନିଗମାନନ୍ଦ ବେହେରା, ଓ ପ୍ରକାଶ ସାହୁ ଉପସ୍ଥିତ ରହି ଟୁର୍ଣ୍ଣାମେଂଟ ପରିଚାଳନା କରିଥିଲେ । ମୁଖ୍ୟ ପ୍ରାୟୋଜକ ଗୁରୁ ବ୍ରଦର୍ସ ପକ୍ଷରୁ ବିଜୟୀ ଦଳକୁ ଟ୍ରଫି ସମେତ ଏକୋଇଶି ହଜାର ଟଙ୍କାର ଚେକ ଏବଂ ପରାଜିତ ଦଳକୁ ରନର୍ସ ଅଫ ଟ୍ରଫି ଓ ପନ୍ଦର ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ଶେଷରେ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ