ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୭୫ ତମ ତିରୋଧାନ ଦିବସ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତିକମିଟି ଆନୁକୁଲ୍ୟରେ ବିପ୍ଳବୀ ଜେନାଙ୍କ ୭୫ତମ ଶ୍ରାଦ୍ଧ ବାର୍ଷିକୀ ମହାସମାରୋହରେ ସ୍ଥାୟୀ ସଭାପତି କରୁଣାକର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସହରର ବହୁ ବିଶିଷ୍ଠ ବ୍ୟକ୍ତି, ବରିଷ୍ଠ ନାଗରିକ, ଶିକ୍ଷାବିତ ଓ ସାଧାରଣ ଜନତା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ଅତିଥିମାନେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କର ବୈପ୍ଳବିକ ଜୀବନର କାର୍ଯ୍ୟବଳୀ ଉପରେ ଆଲୋକପାତ କରି ମତବ୍ୟକ୍ତ କରିଥିଲେ ଯେ ମହାତ୍ମା ଗାନ୍ଧିଙ୍କ ସାବରମତି ଆଶ୍ରମର ପ୍ରଥମ ଓଡିଆ ଛାତ୍ରଭାବେ ବିପ୍ଳବୀ ଜେନା ଯୋଗଦେଇଥିଲେ । ସେ ବହୁଚର୍ଚ୍ଚିତ “ଦୁଃଖିନୀ କନିକା” ପୁସ୍ତକ ରଚନା କରି ଚହଳ ସୃଷ୍ଟି କରିଥିଲେ ଯେଉଁଥି ପାଇଁ ବ୍ରିଟିଶ ସରକାର ସେହି ପୁସ୍ତକକୁ ନିଷିଦ୍ଧ କରିଥିବା ଖବର ଗାନ୍ଧିଜୀଙ୍କ ସାପ୍ତାହିତ “ୟଙ୍ଗ ଇଣ୍ଡିଆ” ପତ୍ରିକାରେ ପ୍ରକାଶ ପାଇ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ବ୍ରିଟିଶ ସରକାର ଓ କନିକା ରାଜା ଚକ୍ରାନ୍ତ କରି ବିପ୍ଳବୀ ଜେନାଙ୍କ ସ୍ଥାବର ଅସ୍ଥାବର ୪୨ ଏକର ସମ୍ପତିକୁ ମଧ୍ୟ ନିଲାମ କରିଦେଇଥିଲେ । ବିପ୍ଳବୀ ଜେନା ତାଙ୍କ ଜୀବନରେ ୭ ଥର କାରାବରଣ କରିଥିବା ବେଳେ ଶେଷରେ ଚକ୍ରାନ୍ତ କରାଯାଇ ବିପ୍ଳବୀ ଜେନାଙ୍କୁ ଖାଦ୍ୟରେ ବିଷ ମିଶାଇ ଦେଶ ସ୍ୱାଧୀନ ହେବା ପୂର୍ବରୁ ମାରିଦିଆଯାଇଥିଲା । ଏହି ଅବସରରେ ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସ୍ୱର୍ଗତ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତି ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ଏବଂ ସେଠାରେ ଜିଲ୍ଲାପାଳ କହିଥିଲେ ଏ ମହାନ ବିପ୍ଳବୀଙ୍କ ଜନ୍ମ ଜୟନ୍ତୀ ଙ୍କୁ ସରକାରଙ୍କ ପକ୍ଷରୁ ପାଳନ କରାଯିବାକୁ ଆବଶ୍ୟକ ପଦକ୍ଷେପ ପାଇଁ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲାଜଜ ଗୋପାଳ ଚରଣ ବେହେରା , ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାଜଜ ଏମ. ଆର. ଦୋରା, ଅତିରିକ୍ତ୍ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଣି ଅନିତା ପଟ୍ଟନାୟକ, ପ୍ର୍ରଫେସର ନନ୍ଦ କିଶୋର ପରିଡା, ସାହିିତ୍ୟିକ ଡଃ. ବାସୁଦେବ ଦାସ,ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଉପଆରକ୍ଷୀ ଅଧିକ୍ଷକ କାର୍ତିକ ଚନ୍ଦ୍ର ମଲ୍ଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହି, ଜ୍ୟୋର୍ତିମୟ ଦାସ, ବ୍ଲକ ଚେୟାରମ୍ୟାନ ଶିବ ପ୍ରସାଦ ଭୋଳ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ସୁବାସ ପାତ୍ର, ଅଧ୍ୟାପକ ଅଜୟ ସାମଲ, ସାମ୍ବାଦିକ ଦେବେନ୍ଦ୍ର ସୁଆର, ଆଶିଷ ସେନାପତି, ଆଇନଜୀବୀ ଗଗନ ବିହାରୀ ଜେନା, ପ୍ରଦୀପ ଦାଶ, ଆଦିକନ୍ଦ ରାଉଳ, ସ୍ମୃତି କମିଟି କର୍ମକର୍ତା ବୃନ୍ଦଙ୍କ ମଧ୍ୟରେ ସଂଜୟ କୁମାର ଜେନା, ସମ୍ପାଦକ ରମଣୀ ରଂଜନ ରାଉତ ରାୟ, ଧୀରେନ୍ଦ୍ର କୁମାର ଦାସ, ମାନସ ସାହୁ , ହାଡିବନ୍ଧୁ ସିଂ, ସତ୍ୟବ୍ରତ ସିଂ, ଶୁଭାଂଶୁ ଦାସ, ସତ୍ୟପ୍ରିୟ ଦାସ, ଅକ୍ଷୟ ପ୍ରିୟ ଦାସ, ଅବନୀ କୁମାର ଦାସ, ସ୍ମୃତି ରଂଜନ ସିଂ, ନିରଞ୍ଜନ ମେକାପ, କିଶୋର ପ୍ରଧାନ, ଦିପକ ପ୍ରଧାନ, ନିରଞ୍ଜନ ବଳ, ସେକ ୟୁସୁଫ, ଜିଲ୍ଳା ସ୍ୱାଧୀନତା ସଂଗ୍ରାମୀ ଦାୟାଦ ସଂଘର ସଭାପତି ବିଚିତ୍ରାନନ୍ଦ ନାୟକ, ସ୍ୱାଧିନତା ସଂଗ୍ରାମୀ ଅନୀଲ କୁମାର ଜେନା, ଗୋଲକ ପଢିଆରୀ, ନଗେନ୍ଦ୍ର କୁମାର ଜେନା, ରମାକାନ୍ତ ସ୍ୱାଇଁ ପ୍ରମୁଖ । ସଂଗୀତ ପରିବେଷଣ କରିଥିଲେ ସତ୍ୟପ୍ରିୟ ଦାସ, ଆଥଲେଟିକ ଆସୋସିଏସନର ସମ୍ପାଦକ ଶେକ ସୈାକତ ଖାନଙ୍କ ନେତୃତ୍ୱରେ ପିଲାମାନେ ଡ୍ରିଲ ପରିବେଷଣ କରିଥିଲେ । ପରିଶେଷରେ ଅନୁଷ୍ଠାନର ଅନ୍ୟତମ ସଦସ୍ୟ ଶେଷଦେବ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ