ବିପ୍ଳବୀ ଆନନ୍ଦ ଜେନା ସ୍ମୃତି କମିଟି ପକ୍ଷରୁ ବୃକ୍ଷରୋପଣ

କେନ୍ଦ୍ରାପଡା – ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ଓ କେନ୍ଦ୍ରାପଡା ପୈାରପାଳିକାର ମିଳିତ ଆନୁକୁଲ୍ୟରେ ରବିବାର ପୂର୍ବାହ୍ନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆନନ୍ଦମାର୍ଗ ଠାରୁ ଗରାପୁର କାଳିମନ୍ଦିର ପର୍ଯ୍ୟନ୍ତ ରାସ୍ତାକଡରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ବିପ୍ଳବୀ କବି ଆନନ୍ଦ ଜେନା ସ୍ମୃତି କମିଟି ସଭାପତି କରୁଣାକର ଦାସ, ଉପସଭାପତି ପ୍ରଦୀପ କୁମାର ଦାଶ, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ସାଂସ୍କୃତିକ ସମ୍ପାଦକ ଧିରେନ୍ଦ୍ର କୁମାର ଦାସ, ଶେଷଦେବ ଦାସ, ଗଗନବିହାରୀ ଜେନା, ଦିନବନ୍ଧୁ ନାୟକ, ନିରଞ୍ଜନ ବଳ, ମାନସ କୁମାର ସାହୁ, ଲଳିତେନ୍ଦୁ ପଣ୍ଡା, ସତ୍ୟବ୍ରତ ସିଂ, ନାରାୟଣ ସାହୁ, କିଶୋର ପ୍ରଧାନ,ପୈାରସଂସ୍ଥା ହିସାବରକ୍ଷକ ଗଣେଶ କୁମାର ପାତ୍ର,ଅଶୋକ କୁମାର ସାହୁ ,ଯୁବନେତା ଶକ୍ତିକାନ୍ତ ପାତ୍ର ପ୍ରମୁଖ ଯୋଗଦେଇ ପରିବେଶର ସୁରକ୍ଷା ଓ ଜଳ ସଂରକ୍ଷଣ ନିମନ୍ତେ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ବୃକ୍ଷରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ