ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟିର ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଆସନ୍ତା ୧୦ତାରିଖରେ ହେବାକୁ ଥିବା ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୩୮ତମ ଜୟନ୍ତୀ ପାଳନ ଉପଲକ୍ଷେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି କରୁଣାକର ଦାସଙ୍କ ସଭାପତିତ୍ୱରେ ସ୍ଥାନୀୟ ପବ୍ଲିକ ରିଡିଙ୍ଗ ରୁମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତମାସ ୧୦ ତାରିଖରେ ହେବାକୁ ଥିବା ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୩୮ତମ ଜୟନ୍ତୀ ଅବସରରେ “ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର” ପୁସ୍ତିକା ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚନ ହେବା ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ଉପସ୍ଥିତ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ସମ୍ପାଦକ ରମଣୀ ରଂଜନ ରାଉତରାୟ ରାଜ୍ୟପାଳଙ୍କ କେନ୍ଦ୍ରାପଡା ଗ୍ରସ୍ତକୁ ସରସ ସୁନ୍ଦର କରିବା ପାଇଁ ସମସ୍ତେ ଏକ ମନରେ କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ଅତିଥି ଭାବେ ଯୋଗଦେବାକୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଶଶିଭୂଷଣ ବେହେରା, ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ନୀଳମଣି ସାମଲ, ପ୍ରକାଶକ ଡଃ. ହୟଗ୍ରୀବ ଗୁରୁ, ସଂସ୍ମୃତି ସଚିବ ରଞ୍ଜନ କୁମାର ଦାସ ପ୍ରମୁଖ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ବୈଠକରେ ଅଧ୍ୟାପକ ଅଜୟ କୁମାର ସାମଲ, ଭଜକୃଷ୍ଣ ରାଉତ, ଅଜୟ କୁମାର ରାଉତ, ଗବେଷକ ନିରଞ୍ଜନ ମେକାପ, ସରକାରୀ ଓକିଲ ସଂଜୟ କୁମାର ଜେନା, ଧୀରେନ୍ଦ୍ର ଦାସ, ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର କୁମାର ମହାନ୍ତି, ଶୁଭାଂଶୁ ଦାସ, ଜିଲ୍ଲା ଓକିଲ ସଂଘ ଉପସଭାପତି ହାଡିବନ୍ଧୁ ସିଂହ, ଆଶିଷ ସେନାପତି, ସତ୍ୟବ୍ରତ ସିଂହ, ବରିଷ୍ଠ ଓକିଲ ଗଗନ ବିହାରୀ ଜେନା, ସେକ ସୈାକତ, ମହମ୍ମଦ ଜାହିଦ ଖାଁ, ଅକ୍ଷୟପ୍ରିୟ ଦାସ, ସେକ ଇସୁଫ, ସମ୍ବିତ ଦାସ, ଆଦିକନ୍ଦ ରାଉଳ, ରମାକାନ୍ତ ସ୍ୱାଇଁ, ଜ୍ୟୋର୍ତିମୟ ଦାସ, ବିପିନ ବିହାରୀ ବାରିକ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ ।