ବିପ୍ଳବୀ ପୀରପ୍ରସାଦ ପଟ୍ଟନାୟକ ଏକାଦଶତମ ଶ୍ରାଦ୍ଧଉତ୍ସବ

ବାଙ୍କୀ, (ଯୁଗାବ୍ଦ ନ୍ୟୁଜ):ଗୋଧା ମୁକ୍ତ ସଂଗ୍ରାମର ମହାନ ସାରଥୀ ବରିଷ୍ଠ ପତ୍ରକାର, ସାମ୍ୟବାଦୀ ନେତା ପୀରପ୍ରସାଦ ପଟ୍ଟନାୟକଙ୍କର ୧୧ତମ ଶ୍ରାଦ୍ଧଉତ୍ସବ ଜନ୍ମଭୂମି ପଥୁରୀପଡ଼ା ଗ୍ରାମର ସରକାରୀ ମହାବେରେସା ଉଚ୍ଚ ବିଦ୍ୟାଳୟ ପରିସରରେ ବାଙ୍କୀ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ତରଫରୁ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥିରୂପେ ବରପୁଟ ଗ୍ରାମର ସରପଂଚ ଅଶୋକ କୁମାର ମିଶ୍ର ପ୍ରତିର୍ମୂତିରେ ମାଲ୍ୟାର୍ପଣ କରି ମହାବେରେଣା ବିଦ୍ୟାଳରେ ପ୍ରତିଷ୍ଠାରେ ସ୍ୱର୍ଗତ ପଟ୍ଟନାୟକଙ୍କ ଗୌରବମୟ ଭୂମିକା କିପରି ଥିଲା ବର୍ଣ୍ଣନା କରିଥିଲେ । ଅନୁଷ୍ଠାନର ସଭାପତି ସୁନୀଲ କୁମାର ମିଶ୍ର ମାତ୍ର ୧୮ ବର୍ଷ ବୟସରେ ଗୋଧା ମୁକ୍ତି ସଂଗ୍ରାମରେ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକ ନିଜ ଜୀବନକୁ ବିପନ୍ନ କରିଥିବାର ଘଟଣା ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ବିିଦ୍ୟାଳୟର ପ୍ରଧାନଶିକ୍ଷକ ମଧୁସୁଦନ ମହାପାତ୍ର, ପ୍ରାକ୍ତନ ପ୍ରଧାନଶିକ୍ଷକ ଅଶୋକ କୁମାର ପଟ୍ଟନାୟକ, ମହାବେରେଣା କ୍ଲବ୍‌ର ସଂପାଦକ ସଦାଶିବ ଦାସ, ଦିଲ୍ଳୀପ କୁମାର ପଟ୍ଟନାୟକ, ରାମକୃ୍‌ଣେ ପଟ୍ଟନାୟକ, ଶିକ୍ଷାବି୍ ସୁରେଶ୍ୱର ବେହେର, ସାମାଜିକ କର୍ମୀ ରଣଜିତ ସେଠ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସ୍ୱର୍ଗତ ପଟ୍ଟନାୟକଙ୍କର ବାମପନ୍ଥୀ ଆନ୍ଦୋଳନ, ସାମ୍ବାଦିକ ଜୀବନ ଓ ସ୍ୱାଧୀନତା ସଂଗ୍ରାମରେ ଭୂମିକା ଉପରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଶିକ୍ଷକ କୃପାସିନ୍ଧୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ବରାଳ, ସୁଦାମ ଖଟୁଆ, ପ୍ରଣିତା ପଟ୍ଟନାୟକ, ଅନୁରାଧା ସାମନ୍ତରାୟ, ରୋଜାଲିନ୍ ସାହୁ , ପ୍ରଶାନ୍ତ ବାରିକ, ଦିଲ୍ଲୀପ ବେହେରା ପ୍ରମୁଖ ସହଯୋଗ କରିଥିଲେ । ୧୩ ସେପ୍ଟେମ୍ବର ୨୦୧୧ରେ ବିପ୍ଳବୀଙ୍କ ପରଲୋକ ପରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ପ୍ରତିବର୍ଷ ବରପୁତ୍ରଙ୍କ ଶ୍ରାଦ୍ଧଉତ୍ସବ ସମାରୋହରେ ପାଳିତ ହୋଇଆସୁଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ