ବିବାଦରେ ଫସିଲେ ଅରୂପ ପଟ୍ଟନାୟକ

ଭୁବନେଶ୍ବର ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ନାମରେ ସଙ୍ଗୀନ ଅଭିଯୋଗ ହୋଇଛି । ଅରୂପ ସରକାରୀ କଳକୁ ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ବିଜୁ ଯୁବ ବାହିନୀକୁ ଏକାଠି କରି ଦଳୀୟ ପ୍ରଚାର କାର‌୍ୟ୍ୟରେ ଲଗାଉଥିବା ଅଭିଯୋଗରେ ଦର୍ଶାଯାଇଛି । କେନ୍ଦ୍ରପଡା ବିଧାନସଭା ବିଜେପି ପ୍ରାର୍ଥୀ ସୁନାକର ବେହେରା ଏହି ଅଭିଯୋଗ ଆଣିଛନ୍ତି । ଏହା ସହ ତାଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ପାଇଁ ମଧ୍ୟ ସୁନାକର ବେହେରା ଦାବି କରିଛନ୍ତି । ହେଲେ ଏନେଇ ଅରୂପଙ୍କ ଏପର‌୍ୟ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ସୂଚନାଯୋଗ୍ୟ, ବିଜୁ ଯୁବ ବାହିନୀ ରାଜ୍ୟ ସରକାରଙ୍କ ଏକ ସରକାରୀ ଯୋଜନା । ପୂର୍ବରୁ ଅରୂପ ପଟ୍ଟନାୟକ ବିଜୁ ଯୁବ ବାହିନୀ ମୁଖ୍ୟ ଦାୟିତ୍ବରେ ଥିଲେ । ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ସେ ବିଜୁ ଯୁବ ବାହିନୀ ଛାଡିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ