ବିବାଦୀୟ ବ୍ୟାଙ୍କ ଅଧିକାରୀଙ୍କ ବଦଳି

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ବାଲେଶ୍ଵର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖାର ସହ ପରିଚାଳକ ଧନୁର୍ଦ୍ଧର ସାହୁଙ୍କର ଆଜି ବଦଳି ହୋଇଥିବା ଜଣାପଡିଛି । ଏଠାରେ ସୂଚିତ ବିଭିନ୍ନ ସମବାୟ କର୍ମଚାରୀଙ୍କ ସହିତ ଶ୍ରୀ ସାହୁଙ୍କ ମନମାଳିନ୍ୟ ଲାଗି ରହିଥିଲା । ଫଳରେ ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ବିଭିନ୍ନ ସମବାୟ ସମିତିର ବ୍ୟାଙ୍କ ଅନୁବନ୍ଧିତ ଆର୍ଥିକ କାରବାର ମଧ୍ୟ ବାଧାପ୍ରାପ୍ତ ହେଉଥିଲା । ଏନେଇ ବାରମ୍ବାର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ଆଧାରରେ ଆଜି ଶ୍ରୀ ସାହୁଙ୍କୁ ଭଦ୍ରକ ଶାଖାକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଭଣ୍ଡାରିପୋଖରୀ ଶାଖାର ନୂତନ ସହ ପରିଚାଳକ ଭାବେ ଗୋଲକ ବିହାରୀ ଦାସଙ୍କୁ ନିଯୁକ୍ତ ଦିଆଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ