ବିବାହକୁ ନେଇ ଅଜବ ପରମ୍ପରା
ଦୁନିଆରେ ବିବାହ ଉତ୍ସବକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ରହିଛି । ସେଥିମଧ୍ୟରୁ ଏଭଳି ଅନେକ ପରମ୍ପରା ଅଛି ଯାହା ଲୋକମାନଙ୍କୁ ଚକିତ କରକିଦେଇଥାଏ । ଏଭଳି ଏକ ଆଶ୍ଚର୍ଯ୍ୟଜନିତ ପରମ୍ପରା ହେଉଛି ଜଣେ ଅନ୍ୟଜଣଙ୍କର ସ୍ତ୍ରୀକୁ ଚୋରାଇ ବିବାହ କରିବା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ପଶ୍ଚିମ ଆଫ୍ରିକାର ବୋଦାବେ ଜନଜାତିର ଲୋକମାନେ ଜଣେ ଅନ୍ୟଜଣଙ୍କର ସ୍ତ୍ରୀକୁ ଚୋରାଇ ବିବାହ କରିଥାନ୍ତି । ଏହି ପ୍ରଥା ଅନୁସାରେ ପ୍ରଥମ ବିବାହ ଘର ଲୋକମାନଙ୍କର ଇଚ୍ଛାରେ ହୋଇଥାଏ । କିନ୍ତୁ ଦ୍ବିତୀୟ ବିବାହ କରିବା ପାଇଁ ପୁରୁଷକୁ ଅନ୍ୟ କାହାର ପତ୍ନୀକୁ ଚୋରୀ କରିବାକୁ ପଡିଥାଏ । ଏଥିପାଇଁ ପ୍ରତିବର୍ଷ ଗେରେବୋଲ ପର୍ବ ଆୟୋଜନ କରାଯାଇଥାଏ । ଏହି ପର୍ବରେ ପୁରୁଷମାନେ ନିଜ ଚେହେରାରେ ରଂଗ ଲଗାଇ ଆସିଥାନ୍ତି ଓ ବିବାହିତା ମହିଳାଙ୍କୁ ଚୋରୀ କରି ନେଇଯାଆନ୍ତି । କିନ୍ତୁ ଏହା କରିବା ସମୟରେ ମହିଳାଙ୍କ ସ୍ବାମୀଙ୍କୁ ଯେପରି ଏହାର ଖବର ନହେବ ଓ ଚୋରୀ କରିବା ସମୟରେ ସେ ଯେପରି ନଦେଖିବ ତାହା ପୁରୁଷଙ୍କୁ ଧ୍ୟାନ ରଖିବାକୁ ପଡିଥାଏ । ଉକ୍ତ ମହିଳାର ରଜାମନ୍ଦି ହେବା ପରେ ପୁରୁଷ ମହିଳାଙ୍କ ସହ ବିବାହ କରିଥାନ୍ତି । ଏହିପରି ବିବାହକୁ ସମାନଙ୍କର ସମୁଦାୟର ଲୋକମାନେ ଲବ ମ୍ୟାରେଜ ମାନିଥାନ୍ତି ।


