ବିବାହରେ କନ୍ୟା ପକ୍ଷକୁ‘ସହାୟକ’ର ସହାୟତା
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ରାଜାବଗିଚା ରାଧାକୃଷ୍ଣ ମନ୍ଦିର ପରିସରରେ ସାରଗାଁ ନିବାସୀ ଭଗବାନ ଦାଶଙ୍କ କନ୍ୟା ଆୟୁଷ୍ମତୀ ପ୍ରମିଳାଙ୍କ ସହ ଘୋଡ଼ାପଦା ଗ୍ରାମର ଶତ୍ରୁଘ୍ନ ସେନାପତିଙ୍କ ପୁତ୍ର ଶୁଭପ୍ରସନ୍ନଙ୍କର ବିବାହ ଅନୁଷ୍ଠିତ ହୋଇଯାଇଛି । ସେବା ସଂଗଠନ ‘ସହାୟକ’ ପକ୍ଷରୁ‘ସୁକନ୍ୟା ପବିତ୍ର ବନ୍ଧନ’ ଯୋଜନା ଆନୁକୂଲ୍ୟରେ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବସନ୍ତଲତା ପଟ୍ଟନାୟକ, ସାବିତ୍ରୀ ଦାସ, ମାନସୀ ଦାସ ଓ ପ୍ରଣିତା ମିଶ୍ର, ଲକ୍ଷ୍ମୀପ୍ରିୟା ଜେନା ପ୍ରମୁଖ ବରକନ୍ୟାଙ୍କୁ ବିଭିନ୍ନ ଉପହାର ପ୍ରଦାନ କରିଛନ୍ତି । କ୍ଷିତୀଶ୍ୱର ଦାଶ ବେଦମନ୍ତ୍ର ଉଚ୍ଚାରଣ କରି ନବଦମ୍ପତିିଙ୍କୁ ଆଶୀର୍ବାଦ କରିଥିଲେ । ସହାୟକର ସାଧାରଣ ସମ୍ପାଦକ ବିଜୟ ଦାସ ଅଧିକାରୀ, ଶଚୀନ୍ଦ୍ର ଦାସ, ଲୋକନାଥ ଆଚାର୍ଯ୍ୟ, ବୀରେନ୍ଦ୍ର ପ୍ରହରାଜ, ରବୀନ୍ଦ୍ର ନାଥ ଭୋଳ ପ୍ରଭୃତି ବିଭାଘର ପରିଚାଳନାରେ ସହଯୋଗ କରିଥିଲେ । ସର୍ବଶେଷରେ କନ୍ୟାପକ୍ଷର ଆମନ୍ତ୍ରଣ କ୍ରମେ ସମସ୍ତେ ପ୍ରସାଦ ସେବନ କରିଥିଲେ ।


