ବିବାହର ପ୍ରତିଶୃତି ଦେଇ ନାବାଳିକା ସହିତ ଶାରିରକ ସମ୍ପର୍କ ଅଭିଯୋଗରେ ଜଣେ ଗିରଫ

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା): ନାବାଳିକଙ୍କୁ ପ୍ରେମ ଜାଲରେ ଫସାଇ ପ୍ରେମ ପରେ ବିବାହ ପ୍ରତିଶୃତି ଦେଇ ଶାରିକିକ ସର୍ମ୍ପକ ରଖିବା ଓ ପରବର୍ତ୍ତି ସମୟରେ ଧୋକାଦେବା ଭଳି ଘଟଣା ପ୍ରାୟ ଦେଖିବାକୁ ମିଳୁଛି । ଏଭଳି ସ୍ଥଳେ ବହୁ ସ୍ଥାନରେ ନାବାଳିକା ମାନେ ନ୍ୟାୟ ପାଉଥିବା ବେଳେ ଅନେକ ନାବାଳିକା ନ୍ୟାୟ ପାଇ ପାରୁନାହାନ୍ତି । ଆଜି ଏପରି ଏକ ଅଭିଯୋଗ ହୋଇଛି ଫୁଲବାଣୀ ସଦରଥାନାରେ । ଘଟଣା ପ୍ରକାରେ , ସଦରଥାନା ଅନ୍ତର୍ଗତ ତୁଡ଼ିପାଜୁ ପଂଚାୟତର ଏକ ଗ୍ରାମର ଜୈନିକ ନାବାଳିକାକୁ ଅରାପାଜୁ ଗ୍ରାମର ବଳରାମ ଦିଗାଲ ନାମକ ଏକ ଯୁବକ ପ୍ରେମଜାଲରେ ପକାଇବା ସହିତ ପରେ ବିବାହର ପ୍ରଭୋଲନ ଦେଖାଇ ଦୀର୍ଘ ଦୁଇ ବର୍ଷ ହେଲା ଶାରିରିକ ସର୍ମ୍ପକ ରଖିବା ପରେ ଏବେ ଧୋକା ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏପରିକି ନାବାଳିକା ଜଣଙ୍କ ଗର୍ଭବତୀ ହେବାପରେ ଗର୍ଭ ନଷ୍ଟ କରାଯାଇଥିବା ଭଳି ଅଭିଯୋଗ ମଧ୍ୟ ହୋଇଛି ଥାନାରେ । ନାବାଳିକା ପକ୍ଷରୁ ଏନେଇ ସଦରଥାନାରେ ଏତଲା ପ୍ରକାରେ ପୁଲିସ୍ କେସ ନଂ ୯୦ା୨୦ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ବଳରାମକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଉଭୟଙ୍କ ଡ଼ାକ୍ତରି ମାଇନା କରାଯିବା ନେଇ ସଦରଥାନା ଅଧିକାରୀ ଆଦିତ୍ୟ ସେଠୀ ଅନୁସାରେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ