ବିବାହର ପ୍ରତିଶୃତି ଦେଇ ପ୍ରତାରଣା କରିବା ଘଟଣାରେ ଦୋଷୀଙ୍କ ଗିରଫ ଦାବୀ କଲା କଂଗ୍ରେସ

ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ରତନପୁର ଗ୍ରାମର ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ପ୍ରତାରିତ କରିବା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ବ୍ଲକ କଂଗ୍ରେସ । ଶନିବାର ଗୋବିନ୍ଦପୁର ପଞ୍ଚାୟତ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୧୬ନଂ.ଜୋନ୍ ସଭାପତି ନିରଂଜନ ମଲ୍ଲିକ ଏସଂପର୍କରେ ଜଣାଇଛନ୍ତି । ପିଡିତାଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ମୂଳେ ଶ୍ରୀ ମଲ୍ଲିକ କହିଥିଲେ ଯେ, ଗୋବିନ୍ଦପୁର ପଞ୍ଚାୟତ ଅଣ୍ଢିଆ ଗ୍ରାମର ଭାସ୍କର ଚନ୍ଦ୍ର ରାଉତଙ୍କ ପୁଅ ରଜତଙ୍କ ସହିତ ରତନପୁର ଗ୍ରାମର ନମିତା(ଛଦ୍ମନାମ)ଙ୍କ ପ୍ରେମ ସଂପର୍କ ଗଢି ଉଠିଥିଲା । ଉକ୍ତ ଯୁବକ ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହିତ ଶାରିରୀକ ସଂପର୍କ ରଖି ଆସୁଥିଲେ । ପରବର୍ତ୍ତୀ ସମୟରେ ସଂପୃକ୍ତ ଯୁବକଙ୍କର ଅନ୍ୟତ୍ର ବିବାହ ଠିକ୍ ହେବାର ଜାଣି ଯୁବତୀଙ୍କର ପରିବାରଲୋକେ ଯୁବକର ପରିବାରଙ୍କୁ ଜଣାଇଥିଲେ । ଏଥିସହ ପିଡିତା ନିଜେ ରଜତଙ୍କ ଘରକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ସମସ୍ତ କଥା ଜଣାଇବା ସହ ତାଙ୍କୁ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ମାତ୍ର ରଜତର ପରିବାରଲୋକେ ତାଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଶେଷରେ ପିଡିତା ନ୍ୟାୟ ପାଇବା ପାଇଁ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଗତ ତା-୧-୫-୨୦୧୯ ରିଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ କେସ ନଂ-୨୦୭ ମୂଳେ ଏକ ମାମଲା ରୁଜ୍ଜୁ କରିଥିଲେ ମଧ୍ୟ ଅଦ୍ୟାବଧି ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଗିରଫ କରିନାହିଁ । ଫଳରେ ପିଡିତା ଜଣକ ନ୍ୟାୟ ପାଇବାରୁ ବଞ୍ôଚତ ହୋଇଛନ୍ତି । ସଂପୃକ୍ତ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରା ନଗଲେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଗୋବିନ୍ଦପୁର ପଞ୍ଚାୟତ କଂଗ୍ରେସ ସଭାପତି ଜଗତଜୀବନ ସାହୁ, ପୂର୍ବତନ ସରପଞ୍ଚ କୃଷ୍ଣ ଚନ୍ଦ୍ର ବାରିକ, ଶରତ ଚନ୍ଦ୍ର ପଣ୍ଡା, ପୂର୍ବତନ ଜିଲା ପରିଷଦ ସଭ୍ୟ ଅନନ୍ତ ଗୋପାଳ ଦାସ, ପ୍ରାକ୍ତନ ଶିକ୍ଷକ ନେତା ରବିନ୍ଦ୍ର ଜେନା, ବିଶ୍ୱନାଥ ପେଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ