ବିବାହର ପ୍ରତିଶୃତି ଦେଇ ପ୍ରତାରଣା କଲା ଯୁବକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଆଗରପଡା ଥାନା ଅଞ୍ଚଳର ଜଣେ ଯୁବକ ବିବାହର ପ୍ରତିଶୃତି ଦେଇ ଶାରିରୀକ ସଂପର୍କ ରଖିବା ପରେ ଏବେ ପ୍ରତାରଣା କରିବା ସହ ଯୁବତୀଙ୍କୁ ହତ୍ୟା ଧମକ ଦେଉଥିବା ନେଇ ବନ୍ତ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଆଗରପଡା ଅଞ୍ଚଳର ଜଣେ ଯୁବକ ବନ୍ତ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସଂପର୍କ ରଖିବା ପରେ ଯୁବତୀ ଜଣକ ଗର୍ଭବତୀ ଅଛନ୍ତି । ଏସଂପର୍କରେ ଆଗରପଡା ଅଞ୍ଚଳର ଭଦ୍ରବ୍ୟକ୍ତିଙ୍କ ଜରିଆରେ ଘଟଣାର ସମାଧାନ ହୋଇଥିଲେ ମଧ୍ୟ ଏବେ ଯୁବକ ଜଣକ ବିବାହ କରିବାକୁ ରାଜି ହେଉନାହାନ୍ତି । ଅପରପକ୍ଷେ ଯୁବକ ଜଣକ ଯୁବତୀଙ୍କୁ ହତ୍ୟା ଧମକ ଦେଉଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ପୋଲିସ କେସ ନଂ-୬୦/୨୦ ମୂଳେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।