ବିବାହର ପ୍ରଲୋଭନ ଦେଖାଇ ମହିଳାଙ୍କୁ ପ୍ରତାରଣା କଲେ ଯୁବକ

ଗଞ୍ଜାମ, (ୱାଇଏନ୍‌ଏସ୍‌): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଭୁଆଁଭୁଇଁ ଗ୍ରାମର ଆଶାକର୍ମ ଦୀପ୍ତିମୟୀ ବେହେରା(୨୭) ଗତ ପାଞ୍ଚ ବର୍ଷ ତଳେ ରଞ୍ଜନ କୁମାର ବେହେରାଙ୍କୁ ବୈଦିକନୀତିରେ ବିବାହକରିଥିଲେ । ବିବାହର କିଛି ମାସ ପରେ ସ୍ୱାମୀ ରଞ୍ଜନ ସ୍ତ୍ରୀଙ୍କୁ ନଜାଣି ଲୁଚିକରି ଗ୍ରାମରୁ ପଳାଇଥିଲେ ଗୋଆ ରାଜ୍ୟକୁ । ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଗ୍ରାମକୁ ନ ଫେରିବା ନେଇ ଉକ୍ତ ଗ୍ରାମର ଜନୈକ ଯୁବକ ରୋହିତ ବେହେରା ପ୍ରେମ ଫାଶରେ ଫସାଇଥିଲେ ଆଶାକର୍ମି ଦୀପ୍ତିମୟୀଙ୍କୁ । ଦୀର୍ଘ ଦିନ ଧରି ଏମାନଙ୍କ ପ୍ରେମ ସମ୍ପର୍କ ବଢିବା ସଂଗେ ସଂଗେ ଶାରୀରିକ ସମ୍ପର୍କ ରୂପ ନେଇଥିଲା । ଏହାକୁ ଗ୍ରାମବାସୀ ବିରୋଧ କରିଆସୁଥିବା ବେଳେ,ଏପରିକି ରୋହିତର ପରିବାର ବର୍ଗ ମଧ୍ୟ ଏହି କାର୍ଯ୍ୟକୁ ନାପସନ୍ଦ କରି ତାଗିତ କରୁଥିଲେ । ଏହା ପରେ ମଧ୍ୟ ରୋହିତ ପ୍ରେମ ପାଗଳରେ ବନ୍ଧା ହୋଇ ଆଶାକର୍ମିଙ୍କ ଗୋଟିଏ ଚାରି ବର୍ଷ ପୁଅ ଥିବା ଜାଣି ମଧ୍ୟ ଆଶାକର୍ମି ଦୀପ୍ତି ମୟୀଙ୍କୁ ଚାଢ଼ିପାରିନଥିଲେ । ଗତ 15 ତାରିଖ ମଧ୍ୟ ରାତିରେ ରୋହିତ ଆଶାକର୍ମି ଏକ କୋଠରିରେ ରହିଥିବା ଖବରପାଇ ଗ୍ରାମବାସୀ ଘର ଚାରିପଟେ ଘେରିଯାଇଥିଲେ । ପରେ ରୋହିତଙ୍କୁ ବାହାରୁ ଆଣି ଉତ୍ତମ ମଧମ କରିବା ପୂର୍ବରୁ ରୋହିତ ପରିବାର ପହଞ୍ଚି ରୋହିତ ଆଶାକର୍ମୀଙ୍କୁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଉକ୍ତ ରାତିରେ ରୋହିତ ଆଶାକର୍ମିଙ୍କୁ ବାଇକ ଯୋଗେ କୁଶପଲ୍ଲୀ, ବୋରିଗ୍ରାମ ସ୍ଥିତ ଝାଡଶ୍ୱର ମନ୍ଦିରରେ ରାତିକାଟି ଭୋର ସକାଳୁ ହୁମ୍ମା ଜାତୀୟ ରାଜପଥକୁ ଆଣିଥିଲା । ସେଠାରୁ ଘରକୁ ଯିବା ବାହାନାରେ ମୋତେ ଅଟୋରେ ବସାଇ କୁଶପଲ୍ଲା ପର୍ଯ୍ୟନ୍ତ ନେଇଥିଲା । ପୂର୍ବ ଯୋଜନା ଅନୁଯାୟୀ ରୋହିତ ତାର ଭାଇ ଅନ୍ୟ ତିନି ଜଣଙ୍କ ସହ ସେଠାରେ ହଠାତ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରି ଘରକୁ ଯିବାପାଇଁ କହିଥିଲେ । ଆଶାକର୍ମି ଦୀପ୍ତିମୟୀଙ୍କୁ ଅଟୋରେ ପଠାଇଥିବା ବେଳେ ରୋହିତ ବାଇକରେ ଯାଇଥିଲା । ଦୀପ୍ତିମୟୀ ରୋହିତଙ୍କ ଘରେ ପହଞ୍ଚିଥିବା ବେଳେ ରୋହିତ ଘରେ ନ ପହଞ୍ଚି ଫେରାର ହୋଇଯାଇଥିଲା । ଆଶାକର୍ମି ଦୀପ୍ତି ରୋହିତ ଫେରାର ହେବା ଜାଣିବା ପରେ ମଧ୍ୟ ରୋହିତଙ୍କ ଘରକୁ ଯିବାକୁ ଉଦ୍ୟମ କରିବାରୁ ଦୀପ୍ତିକୁ ଘରେ ନ ପୁରାଇ ଗ୍ରାମ ଦାଣ୍ଡରେ ମାଆ, ଭାଇ, ଭଉଣୀ ମିଶି ନିର୍ଘାତିଆ ମାଡ଼ ମାରିଥିଲେ । ଫଳରେ ଦୀପ୍ତି ଅଚେତ ହୋଇପଡିବାରୁ ଗ୍ରାମର କିଛି ବ୍ୟକ୍ତି ଉଦ୍ଧାର କରିବା ସହ ତାଙ୍କ ବାପାଙ୍କ ଘରକୁ ଖବର ଦେଇଥିଲେ । ଅନେଇ ଆଶାକର୍ମି ଦୀପ୍ତିମୟୀ ପ୍ରେମିକ ରୋହିତଙ୍କ ସମେତ ମାଡ଼ ମାରିଥିବା, ରୋହିତଙ୍କୁ ଫେରାର କରିବାରେ ସହଯୋଗ କରିଥିବା ବ୍ୟକ୍ତିଙ୍କ ନାମରେ ରମ୍ଭା ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଭିତିକରି ପୋଲିସ ତଦନ୍ତ ଆରମ୍ଭ କରିଛି । ରୋହିତ କେଉଁଆଡ଼େ ଫେରାର ହୋଇଯାଇଥିବ ବେଳେ ଖବର ଲେଖାହେଲା ବେଳକୁ ଆଶାକର୍ମି ଦୀପ୍ତିମୟୀ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଥାନରେ ଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ