ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ, ଯୁବକ ଗିରଫ 

ବେଲଗୁଣ୍ଠା , (ଯୁଗାବ୍ଦ ନ୍ୟୁଜ) : ପ୍ରଥମେ ଫୋନରେ ପ୍ରେମ ନିବେଦନ, ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଓ ଶେଷରେ ପ୍ରତାରଣା, ଯୁବତୀଙ୍କ ଅଭିଯୋଗ ପରେ ଯୁବକ ଗିରଫ ।ଖବରରୁ ଜଣାପଡିଛି ଯେ, ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ କୋକଲୁଣ୍ଡା ଗ୍ରାମର ପ୍ରମିଳା ଗୌଡ,ବୟସ ୧୯(ଛଦ୍ମ ନାମୀ)କୁ ପ୍ରାୟ ୧ବର୍ଷ ତଳେ ସେହି ଗ୍ରାମର ଅଟୋଚାଳକ ଚିତ୍ରସେନ ସାମଲ(୨୫) ପ୍ରମିଳାକୁ ବାରମ୍ବାର ମିସ୍ କଲ୍ କରିଥିଲା ।ନିଜର କେହି ସମ୍ପର୍କୀୟ ହୋଇଥିବ ଭାବି ପ୍ରମିଳା ସେହି ନମ୍ବରକୁ କଲ୍ କରିଥିଲେ ।ଚିତ୍ରସେନ ପ୍ରଥମେ ତାର ପରିଚୟ ନ ଦେଇ ଯୁବତୀ ସହ ଫୋନ୍ ରେ ସୁସମ୍ପର୍କ ଗଢ଼ିଥିଲା ।ପରେ ଯୁବତୀଙ୍କୁ ତାର ପରିଚୟ ଦେଇ ପ୍ରେମ ନିବେଦନ କରିଥିଲା ।ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା ।ଯୁବତୀ ଜଣକ ଚିତ୍ରସେନକୁ ବାହା ହେବା ପାଇଁ ଜିଦ୍ ଧରିବାରୁ ତାକୁ ଧରାଛୁଆଁ ଦେଇନଥିଲା ଏବଂ ଯୁବତୀଙ୍କୁ ଧମକ ଚମକ ଦେଇଥିଲା।ଏ ନେଇ ଯୁବତୀ ଜଣକ ଗତକାଲି ବେଲଗୁଣ୍ଠା ଫାଣ୍ଡିରେ ଏତଲା ଦେଇଥିଲେ।ଏତାଲାକୁ ଭିତ୍ତି କରି ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ୩୧୨/୧୯ ରେ ଏକ ମାମଲା ରୁଜୁକରି ଚିତ୍ରସେନକୁ ଗିରଫ କରିବା ପରେ ଉଭୟଙ୍କୁ ଭଞ୍ଜନଗର ଠାରେ ଡାକ୍ତରିମାଇନା କରାଯାଇଥିଲା ।ପରେ ଚିତ୍ରସେନକୁ କୋର୍ଟ ଚାଲାଣ କରିଥିବା ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ