ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କୀୟ ନାବାଳିକା ଭଉଣୀ ସହ ଦୁଷ୍କର୍ମ ଅଭିଯୋଗ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ସ୍ଵାମୀଙ୍କ ନିର୍ଯ୍ୟାତନା ଅସହ୍ୟ ହେବାରୁ ମହିଳା ଜଣଙ୍କ ନିଜ ପୈତୃକ ଗ୍ରାମରେ ଏକ ଘର ଭଡ଼ା ନେଇ ପ୍ରାୟ ତିନି ବର୍ଷ ହେବ ରହି ଆସୁଥିଲେ I ଏହି ସମୟରେ ତାର ନାବାଳିକା ଝିଅ(୧୬)କୁ ବିବାହର ପ୍ରଲୋଭନ ଦେଖାଇ ଝିଅର ମାମୁ ପୁଅ ଭାଇ ତା ସହ ଶାରିରୀକ ସମ୍ପର୍କ ରଖି ଆସୁଥିଲା I ଦିନେ ଝିଅର ମାଆ ସମ୍ପର୍କ ବିଷୟରେ ଜାଣିବା ପରେ ଝିଅ ସମ୍ପର୍କ ରଖି ଆସୁଥିବା ମାମୁ ପୁଅ ଭାଇକୁ ବିବାହ କରିବା ପାଇଁ ଜିଦ୍ ଧରିଥିଲେ I ତିନି ବର୍ଷ ଧରି ଶାରିରୀକ ସମ୍ପର୍କ ରଖି ଆସୁଥିବା ପୁଅ ଶେଷରେ ନାବାଳିକାକୁ ବିବାହ କରିବା ପାଇଁ ରୋକଠୋକ୍ ମନା କରିଦେଇଥିଲା I ଫଳରେ ନାବାଳିକା ଜଣଙ୍କ ଯୁବକ ବିରୋଧରେ ବେଲଗୁଣ୍ଠା ଫାଣ୍ଡିରେ ଏତଲା ଦେବା ପରେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଘଟଣାର ତଦନ୍ତ କରି ନାବାଳିକାର ଏତଲାକୁ ଭିତ୍ତି କରି ୪୯୨/୨୦ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବିରୋଧରେ ୩୭୬ ଦୁଷ୍କର୍ମ ମାମଲା ଓ ପୋସ୍କ ଆକ୍ଟ ବଳରେ ଗିରଫ କରି ଉଭୟଙ୍କୁ ଭଞ୍ଜନଗର ମେଡିକାଲ୍ ରେ ଡାକ୍ତରୀ ମାଇନା କରାଇଥିଲେ I ପରେ ଅଭିଯୁକ୍ତକୁ ବ୍ରହ୍ମପୁର ପୋସ୍କ କୋର୍ଟକୁ ଚାଲାଣ କରିଥିବା ଜଣା ପଡ଼ିଛି I ପୋଲିସ୍ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଜିରୋଳି ଗ୍ରାମର ଲକ୍ଷ୍ମୀ ଦଳେଇ ନାମକ ଏକ ମହିଳା ଯାଜପୁର ଜିଲ୍ଲା ବାଲି ଚନ୍ଦ୍ରପୁରରେ ବିବାହ କରିଥିଲେ I ସେଠାରେ ପ୍ରାୟ ପାଞ୍ଚ ଛଅ ବର୍ଷ ହେବ ଲକ୍ଷ୍ମୀର ସ୍ଵାମୀ ଉଭୟ ସ୍ତ୍ରୀ ଓ ଝିଅକୁ ସବୁବେଳେ ମାର ଧର କରିବା ସହ ନିର୍ଯ୍ୟାତନା ଦେଇ ଆସୁଥିଲା I ନିର୍ଯ୍ୟାତନା ଅସହ୍ୟ ହେବାରୁ ପ୍ରାୟ ତିନି ମାସ ତଳେ ଲକ୍ଷ୍ମୀ ତାର ଝିଅକୁ ଧରି ନିଜ ପୈତୃକ ଗ୍ରାମ ଜିରୋଳି ଆସି ସେଠାରେ ଘର ଭଡ଼ା ନେଇ ରହି ଆସୁଅଛି I ରହିବାର କିଛି ଦିନ ପରେ ଲକ୍ଷ୍ମୀର ଭାଇର ପୁଅ ତପନ ରାଉତ (୨୮) ଝୁନାଳିର ଝିଅ ସହ ଜବରଦସ୍ତି ଶାରିରୀକ ସମ୍ପର୍କ ରଖୁଥିଲା ଏବଂ ପରବର୍ତ୍ତୀ ସମୟରେ କାହାକୁ ନକହିଲେ ତାକୁ ବିବାହ କରିବା ପାଇଁ ମିଛ ପ୍ରତିଶ୍ରୁତି ଦେବା ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖି ଆସୁଥିଲା I ଦିନେ ଲକ୍ଷ୍ମୀ ଉଭୟଙ୍କୁ ଅସଂଯତ ଅବସ୍ଥାରେ ଦେଖି ଦେଇଥିଲେ I ଏନେଇ ଉଭୟ ପରିବାର ମଧ୍ୟରେ ଯୁକ୍ତି ତର୍ଜ ହୋଇଥିଲା I ତପନ ଲକ୍ଷ୍ମୀର ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଥିବାରୁ ତପନକୁ ବିବାହ କରିବା ପାଇଁ ପୀଡିତା ଜଣଙ୍କ ଜିଦ୍ ଧରିଥିଲା I ବିବାହ କରିବାକୁ ତପନ ରୋକଠୋକ୍ ମନା କରିଦେବା ପରେ ପୀଡିତା ଜଣଙ୍କ ବେଲଗୁଣ୍ଠା ଫାଣ୍ଡିରେ ତପନ ବିରୋଧରେ ଏତଲା ଦେଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ