ବିବାହିତା ମହିଳାଙ୍କୁ ଗଣ ଦୁଷ୍କର୍ମ , ୩ ଗିରଫ
କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ଏକ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତା ମହିଳାଙ୍କୁ ଲିପ୍ଟ ଦେବା ବାହାନାରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୋଲିସ ତଦନ୍ତ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଅଭିଯୁକ୍ତ ମାନେ ହେଲେ ଜୁନାଗଡ ଥାନା ଅନ୍ତର୍ଗତ ତଲମଲା ଗ୍ରାମର ଝାସକେତନ ନାଗ ,ଲକ୍ଷ୍ମୀକାନ୍ତ ନାଗ, କିଶୋର ଚନ୍ଦ୍ର ମହାଳିକ । ସୁଚନାନୁସାରେ , ମହିଳାଙ୍କ ସ୍ୱାମୀ ଗୋଆରେ ଦାଦନ ଖଟୁଥିବା ବେଳେ ସେ ନିଜର ସାଥି ଶ୍ରମିକଙ୍କ ହାତରେ ସ୍ତ୍ରୀଙ୍କ ନିକଟକୁ ଟଙ୍କା ପଠାଇ ଥିଲେ। ଟଙ୍କା ଆଣିବାକୁ ଯାଇଥିବା ସମୟରେ ଅଭିଯୁକ୍ତମାନେ ଜୋରଜବରଦସ୍ତ ଦୁଷ୍କର୍ମ ପରେ ପୋଲିସରେ ଅଭିଯୋଗ ନ କରିବାକୁ ଧମକ ଦେଇ ଛାଡ଼ିଦେଇ ଥିବା ପିଡିତା ଥାନାରେ ଅଭିଯୋଗ କାରିଛନ୍ତି । ପିଡିତା ଭବାନୀପାଟଣା ସଦର ଥାନାରେ ଏତଲା ପରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି ପିଡିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରିଛି । ଧାରା 376D , 394,294,506, 34 ଆଇପିସିରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ।