ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ :  ଥାନାରେ ୨ଅଟକ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ) – ନିକିରାଇ ଥାନା ଅନ୍ତର୍ଗତ ପୋଇପାଟ ଗ୍ରାମର ଜନୈକ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଘଟଣାରେ ନିକିରାଇ ଥାନାରେ ୨ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ଆଳି ଥାନା ଅନ୍ତର୍ଗତ ସାଳିଅଂଚ ଗ୍ରାମର ଜନୈକ ମହିଳା ତାଙ୍କ ସ୍ୱାମୀ ଓ ୨ଟି ସନ୍ତାନଙ୍କ ସହିତ ନିକିରାଇ ଥାନା ଅନ୍ତର୍ଗତ ପୋଇପାଟ ଗ୍ରାମରେ ପ୍ରାୟ ୨ବର୍ଷ ହେବ ଜମିକିଣି ଘରକରି ରହିଆସୁଥିଲେ । ଗତ ଜୁନମାସ ୨୮ତାରିଖ ବିଳମ୍ବିତ ରାତିରେ ୩ଜଣ ଦୁର୍ବୁତ ତାଙ୍କ ଘର ଗ୍ରୀଲ ଭାଙ୍ଗି ଘରଭିତରେ ପଶି ସ୍ୱାମୀ ଓ ପିଲାମାନଙ୍କୁ ମାଡମାରିବା ସହିତ ମହିଳାଙ୍କ ସହିତ ଦୁଷ୍କର୍ମ କରି ତାଙ୍କୁ ରକ୍ତାତ କରିଦେଇଥିଲେ ବୋଲି ମହିଳାଙ୍କ ସ୍ୱାମୀ ନିକିରାଇ ଥାନାରେ ଜୁନ ୨୯ତାରିଖ ଦିନ ଅଭିଯୋଗ କରିଥିଲେ । ଗୁରୁତ୍ତର ଅବସ୍ଥାରେ ସଂପୃକ୍ତ ପିଡିତା ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସଂପୃକ୍ତ ପିଡିତା ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗକୁ ଆଧାରକରି ନିକିରାଇ ଥାନା ପୋଲିସ କେଶ ନମ୍ବର – ୭୩/୨୦୧୯ରେ ଏକ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ ଜାରି ରଖିଥିଲା । ତେବେ ଏକ ଜମିବାଡି ଗଣ୍ଡଗୋଳକୁ ନେଇ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଥିଲା । ସେହି ଘଟଣାରେ ନିକିରାଇ ଥାନା ପୋଲିସ ୨ଜଣ ଦୁର୍ବୁତଙ୍କୁ ଜିଲ୍ଲା ବାହାରୁ ଧରିବା ସହ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ଥାନା ଅଧିକାରୀ କାବୁଲି ବାରିକଙ୍କ
ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ