ବିବାହିତା ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଦୁଇ ଗିରଫ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ଦିନକୁ ଦିନ ହତ୍ୟା, ବ୍ୟଭିଚାର, ପାରିବାରିକ ହିଂସା,ନାବାଳିକା ଦୁଷ୍କର୍ମ, ଯୌନ ଶୋଷଣ,ମାରପିଟ୍,ଲୁହାପଥର,ବାଲି,ପଥର,ମୋରମ,ଚୋରା ମଦ କାରବାର ହୁ ହୁ ହୋଇ ବୃଦ୍ଧି ପାଉଛି ।ଆଇନ ଯେତେ କଡ଼ା ହେଲେ ମଧ୍ୟ ଅସାମାଜିକ ଲୋକେ ସଚେତନ ହେଉ ନାହାନ୍ତି ।ବାଦାମ ପାହାଡ ଥାନା ଅନ୍ତର୍ଗତ ବୁଧିଝରଣ ଇଲାକାରେ ବାଲିଆପାଟ ପଳାଶ ଜଙ୍ଗଲରେ ଜନୈକ ବିବାହିତାଙ୍କୁ ସେହି ଗାଁର ଦୁଇ ଜଣ ୪-୦୯-୨୦୨୦ ତାରିଖ ଅପରାହ୍ନରେ ୩ଟା ପାଖାପାଖି ସମୟରେ ଧର୍ଷଣ କରିଥିଲେ ।ଏହାକୁ ନେଇ ପିଡିତାର ସ୍ବାମୀ ୫-୦୯-୨୦ ତାରିଖ ଦିନ ବାଦାମ ପାହାଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଦୁଇ ଜଣ କାମମୁକଙ୍କ ନାମରେ ୪୮/୨୦ ମାମଲା ରୁଜୁ କରି ଅଟକ ରଖି ତଦନ୍ତ କରୁଛି ।ଉଭୟ ପକ୍ଷଙ୍କୁ ରବିବାର ଦିନ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରିଛନ୍ତି ଏବଂ ତଦନ୍ତ ଚାଲୁ ରହିଛି ।ଦୁଇ ଯୌନ ପିପାସୁ ହେଲେ ବୁଧିଝରଣ ଗ୍ରାମର ମାଧ ନାଏକ(୪୦) ଏବଂ ବିଶ୍ୱନାଥ ମାଝୀ(୨୬) ।