ବିବାହିତା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ଯାଜପୁର:କିରାସିନି ଢାଳିହୋଇ ବିବାହିତା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ। ଘଟଣା ଘଟିଛି ଯାଜପୁର ରୋଡ ଥାନା ନୂଆମାର୍କେଟ ଗାନ୍ଧିଛକ ନିକଟରେ। ସମ୍ପୃକ୍ତା ମହିଳା ଗତ ପାଞ୍ଚ ବର୍ଷ ତଳେ କୋରେଇ ଅଞ୍ଚଳରେ ବିବାହ କରିଥିଲେ। ବିବାହର ୨୮ ଦିନ ପରେ ଶାଶୂଘର ସହ ନ ପଡିବାରୁ ସେ ନିଜ ବାପଘରେ ଆସି ରହୁଥିଲେ। ବାପଘରେ ରହିବା ଫଳରେ ସେ ଧୀରେ ଧୀରେ ମାନସିକ ଭାରସାମ୍ୟ ହରାଇଥିବା ସୂଚନା ମିଳିଛି । ଫଳରେ ଆଜି ସକାଳୁ ବାପଘର ନିକଟରେ ଥିବା ପାଇଖାନା ମଧ୍ୟରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇଦେଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ନିକଟରେ ଥିବା ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେ ଡାକ୍ତରଙ୍କୁ ଔଷଧ ଦେବାରେ ସହଯୋଗ ନ କରିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ତେବେ ଆଜିର ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି।