ବିବାହିତା ମହିଳା ଙ୍କ ବିଷ ପିଇ ମୃତ୍ୟୁ ଅଭିଯୋଗ, ପରିବାର ଆଣିଲେ ଶାଶୁଙ୍କ ନାମରେ ନିର୍ଯ୍ୟାତନା ଅଭିଯୋଗ

କଳାହାଣ୍ଡି : ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ପଣ୍ଡିଗାରେ ଜଣେ ବିବାହିତା ମହିଳା ବିଷ ପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି, ତେବେ ମହିଳାଙ୍କ ଭାଇ ଶାଶୁର ନିର୍ଯ୍ୟାତନାର ଶିକାର ହୋଇ ଭଉଣୀ ଆତ୍ମହତ୍ୟା କରିଛି ବୋଲି ଅଭିଯୋଗ କରିଛନ୍ତି, ଜୟପାଟଣା ବ୍ଲକ ଉମେର ଗ୍ରାମରୁ ବିବାହ କରିଥିବା ମହିଳା ଗତ ୪ ଦିନ ତଳେ ନିଜବାପା ଘରୁ ଆସିଥିଲେ, ଶାଶୁଙ୍କ ସହ ବଚସା ଓ ଯୁକ୍ତି ତର୍କ ହୋଇଥିବା ବେଳେ ମାନସିକ ଚାପରେ ସେ ବିଷ ପାନ କରିଥିବା ଅଭିଯୋଗ ହୋଇଛି, ଜୟପାଟଣା ପୋଲିସ ଶବ କୁ ବ୍ୟବଚ୍ଛେଦ ପାଇଁ ଆଣି ତଦନ୍ତ କରୁଥିବା ବେଳେ କାହାରିକୁ ଗିରଫ କରିନାହିଁ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ