ବିବାହିତ ଗାଁ ଝିଅଙ୍କ ମିଳନ ପର୍ବ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ରବିବାର ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ବାଲିଗଢିଆ ଠାରେ ବିବାହିତ ଗାଁ ଝିଅ ମାନଙ୍କ ପକ୍ଷରୁ ଏକ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀ, ଭୁବନେଶ୍ୱର, ଯାଜପୁର, କେନ୍ଦୁଝର, ସୋର, କରଞ୍ଜିଆ, ରାମଚନ୍ଦ୍ରପୁର ଆଦି ବିଭିନ୍ନ ସ୍ଥାନରୁ ବିବାହିତ ଝିଅ ମାନେ ଆସି ଗ୍ରାମରେ ଏକତ୍ରିତ ହୋଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମର ସ୍ୱର୍ଣ୍ଣମୟୀ ପୁହାଣ, ହେମନ୍ତ ପୁହାଣ, ରୋପ୍ୟମୟୀ ଖୁଣ୍ଟିଆ, ଦେବାଶିଷ ଖୁଣ୍ଟିଆ, ରଞ୍ଜିତା ନାୟକ, ବିଦୁମୋଇଲି ନାୟକ, ପ୍ରମିଳା ପତି, କିରଣ କୁମାର ପତି, ଉମାମଣି ପାଢୀ, ରମାମଣି ଦୀକ୍ଷିତ୍, ସୁକାନ୍ତୀ କର, ଶାନ୍ତିଲତା ପଣ୍ଡା, ଦମୟନ୍ତୀ ପଣ୍ଡା, ବାସନ୍ତୀ ଶଂଖୁଆ, ବିଦ୍ୟାଧର ଶଂଖୁଆ, ଜୟନ୍ତୀ ସାମଲ, ବଳରାମ ସାମଲ, ପଦ୍ମାବତୀ ରାଉତ, ଗାୟତ୍ରୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଦୀର୍ଘ ବର୍ଷର ବ୍ୟବଧାନ ପରେ ଗାଁ ଝିଅ ମାନେ ଏକାଠି ହେବା ପରେ ସେମାନଙ୍କ ମଧ୍ୟରେ ଏକ ଖୁସିର ମାହୋଲ ଦେଖାଯାଇଥିଲା । ଅତୀତର ସ୍ମୃତିକୁ ସେମାନେ ନିଜ ଭିତରେ ବାଣ୍ଟି ଥିଲେ । ନିଜ ପିଲା ମାନଙ୍କୁ ଏକାଠି ଦେଖି ପରିବାର ଲୋକ ମାନେ ବହୁତ ଖୁସିବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମଣିଭଦ୍ର ବିଶ୍ୱାଳ, ମଦନମୋହନ ବିଶ୍ୱାଳ, ସୂର୍ଯ୍ୟମଣି ବିଶ୍ୱାଳ, ନାରାୟଣ ରାଉତ, ଅଭୟ ପାଢୀ, ଅଭିମନ୍ୟୁ ଜେନା ପ୍ରମୁଖ ସହାୟତା କରିଥିଲେ ।


