ବିବାହିତ ମହିଳାଙ୍କୁ ଫେସ୍ବୁକ ଓ ହ୍ୱାଟସପ୍ରେ ଆଶ୍ଳୀଳ ଫୋଟ ଏବଂ ମେସେଜ ପଠାଇ ବ୍ଲାକମେଲ କରୁଥିବା ବ୍ୟକ୍ତି ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲାର ଜଣେ ବିବାହିତ ମହିଳାଙ୍କୁ ବିବାହ ପୂର୍ବରୁ ଏବଂ ବିବାହ ପରେ ଜଣେ ବ୍ୟକ୍ତି ହ୍ୱାଟସପ୍ ଓ ଫେସବୁକ୍ ଦ୍ୱାରା ଅଶ୍ଳୀଳ ଫୋଟ ଓ ମେସେଜ ପଠାଇ ଭୟଭିତ କରିବା ସହ ବ୍ଲାକମେଲ କରିଆସୁଥିଲା । ଏହିଘଟଣା ପୋଲିସରେ ଅଭିଯୋଗ ହେବାପରେ ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ବ୍ଲାକମେଲ କାରୀଙ୍କୁ ପୋଲିସ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲାର ଖଲିକୋଟ ଥାନା ପରିସରର କଇଠଡା ଗ୍ରାମର କୁବେର ପଲେଇ ନାମକ ଜଣେ ବ୍ୟକ୍ତି ଗଜପତି ଜିଲ୍ଲାର ଜଣେ ବିବାହିତ ମହିଳାଙ୍କୁ ବିବାହ ପୂର୍ବରୁ ଓ ବିବାହ ପରେ ଫେସବୁକ୍ ଓ ହ୍ୱାଟସପ୍ ଦ୍ୱାରା ବିଭିନ୍ନ ଅଶ୍ଳୀଳ ଫୋଟ ଓ ମେସେଜ ପଠାଇ ବ୍ଲାକମେଲ କରି ଆସୁଥିଲେ । ମହିଳା ଜଣକ ନିଜର ସମ୍ମାନ ଓ ଲଜ୍ୟାକୁ ବିଚାର କରି ଘଟଣା ନେଇ କାହାକୁ ଜଣାଉ ନଥିଲେ । ପରେ ଏହି ଘଟଣା ମାତ୍ରାଧିକ ହେବାରୁ ଅସହ୍ୟ ହୋଇପଡି ମହିଳା ଜଣକ ଘଟଣା ସଂପର୍କରେ ନିଜ ପିତାଙ୍କୁ ଜଣାଇଥିଲେ । ଏହାପରେ ସଂପୃକ୍ତ ପିତା ଗଜପତି ପୋଲିସର ଦ୍ୱାରସ୍ଥ ହୋଇଥିଲେ । ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ତରଫରୁ ଅତ୍ୟନ୍ତ ଗୋପନୀୟ ଭାବେ ତଦନ୍ତ କରାଯାଇ ଘଟଣାରେ ସଂପୃକ୍ତ ଅଭିଯୁକ୍ତ କୁବେର ପଲାଇଙ୍କୁ ପୋଲିସ ଗିରଫ କରିଥିଲେ । ଏଥିନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୧୧୮/୧୯ ନଂମ୍ବରରେ ଏକ ମକଦ୍ଧମା ରୁଜୁ ହୋଇଛି । ଆଜି ଏହି ସମସ୍ତ ତଥ୍ୟ ଓ ସୂଚନାକୁ ଏକ ସାମ୍ବାଦିକ ସମ୍ମୀଳନୀ ମାଧ୍ୟମରେ ଗଜପତି ଏସପି ସାରା ଶର୍ମା,ଏସଡିପିଓ ଠାକୁର ପ୍ରସାଦ ପାତ୍ର,ପାରଳା ଥାନାଧିକାରୀ ବିବେକା ନନ୍ଦ ସ୍ୱାଇଁ ଜଣାଇଛନ୍ତି ।