ବିବାହିତ ମହିଳାଙ୍କ ଆତ୍ମ ହତ୍ୟା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସହର ସ୍ଥିତ ଜେନା ତୋଟା ସାହିର ଜଣେ ବିବାହିତ ମହିଳା ଆତ୍ମହତ୍ୟା କରିଥିବାର ଜଣାପଡିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ରାତ୍ର ସମୟରେ କୌଣସି କାରଣରୁ ଏ. କିରଣଙ୍କ ପତ୍ନୀ ଏ.ଶ୍ୱେତା (୨୯) ନିଜ ବାସଭବନରେ ବେକରେ ଶାଢୀଦେଇ ଫେନରେ ଝୁଲିବା ଅବସ୍ଥାରେ ରହିଥିଲେ । କୌଣସି ସୂତ୍ରରୁ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଂଚି ଝୁଲିବା ଅବସ୍ଥାରେ ଉଦ୍ଧାର କରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତ କରାଯାଇଥିବାର ଜଣାପଡିଛି । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ କେସ୍ ନଂ ୧୦/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଏହାର ତଦନ୍ତ ଏ.ଏସ୍‌.ଆଇ. ଜଗଦୀଶ ପଣ୍ଡା କରୁଛନ୍ତି ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲୁ ରହିଥିବାର ମଧ୍ୟ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ